Advertisment

ଆକାଶରୁ ହେବ ନିଆଁ ବର୍ଷା! ୪ରୁ ୬ ଡିଗ୍ରୀ ବଢ଼ିବ ତାପମାତ୍ରା

କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର।

Summer

Summer

Advertisment

ଆହୁରି କଲବଲ କରିବ ଗ୍ରୀଷ୍ମ ପ୍ରବାହ। ଏବେ ଯେତିକି ଖରା ହେଉଛି, ତା’ଠାରୁ ଯଥେଷ୍ଟ ଅଧିକ ରହିବ ପାରଦ। ୨ କିମ୍ବା ୩ ନୁହେଁ, ଏକଥରେ ୬ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା। ଆକାଶରୁ ସତେ ଯେମିତି ବର୍ଷା ହେବ ନିଆଁ। ବିଶେଷ କରି ଉପକୂଳ ଓଡ଼ିଶାରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଗାମୀ ୫ ଦିନ ଯାଏ ଅସହ୍ୟ ଗରମରୁ ମିଳିବନି କୌଣସି ପ୍ରକାରର ଆଶ୍ୱସ୍ତି।

Advertisment

ଗ୍ରୀଷ୍ମ ପ୍ରବାହକୁ ନେଇ ଏପରି କିଛି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ଗ୍ରୀଷ୍ମପ୍ରବାହ ନେଇ କାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ସେହିପରି ଆସନ୍ତା ୫ ଦିନ ଯାଏ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ପକ୍ଷରୁ ଜାରି ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୯.୨, ଝାରସୁଗୁଡ଼ା ୩୮.୮, ରାଉରକେଲା ୩୭.୮ ଡିଗ୍ରୀ, କେନ୍ଦୁଝର ୩୭.୪, ସମ୍ବଲପୁର ଓ ହୀରାକୁଦ ୩୭.୨ ଡିଗ୍ରୀ ତାପମାତ୍ରା ରହିଛି।

Advertisment

ପାଣିପାଗ କେନ୍ଦ୍ର କହିଛି ଯେ ଏବେ ଓଡ଼ିଶା ମଧ୍ୟକୁ ଉତ୍ତରପଶ୍ଚିମର ଗରମ ପବନ ପ୍ରବାହିତ ହେଉଛି। ଏଥିସହ ସୂର୍ଯ୍ୟଙ୍କ ରଶ୍ମି ପ୍ରଖର ରହିଛି। ତେଣୁ ଦିନର ତାପମାତ୍ରା ଓଡ଼ିଶାର ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ। ଏହାର ଅର୍ଥ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ।

ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। ଏଥିପାଇଁ ଲୋକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବାହାରକୁ ଯିବା ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆସନ୍ତାକାଲି କଟକ, ଭଦ୍ରକ, ନୟାଗଡ଼, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ। ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ଅନୁଗୋଳ ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତାକାଲି ଗରମ ଓ ଗୁଳୁଗୁଳି ମଧ୍ୟ ଅନୁଭୂତି ହେବ।

୧୬ ତାରିଖରେ ସ୍ଥିତି ଆହୁରି ସାଂଘାତିକ ହେବ। କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ। ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

୧୭ ଓ ୧୮ ତାରିଖରେ ୟେଲୋ ୱାର୍ଣ୍ଣିଂ ଜୋନରେ ଥିବା ଜିଲ୍ଲା ଗୁଡ଼ିକ ହେଲେ - କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କନ୍ଧମାଳରେ, କୋରାପୁଟ ଓ ମାଲକାନାଗିରି।

Odisha Temperature
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe