Advertisment

ଆଇଏମଡିର ‘ମୌସୁମୀ’ ଆକଳନ: ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା

କେବଳ ୧୯୭୪ ଓ ୨୦୦୦ ମସିହାକୁ ଛାଡ଼ି ଦେଲେ ବାକି ସବୁଥର ଲା ନିନା ଯୋଗୁ ସ୍ୱାଭାବିକ ବର୍ଷା ହୋଇଥିଲା।

Monsoon

Monsoon

Advertisment

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏବେ ଠାରୁ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି। ସବୁଥର ମୌସୁମୀ ସ୍ୱାଭାବିକ ରହିବ ବୋଲି କହୁଥିବା ଆଇଏମଡି ଏଥର କିଛି ଭିନ୍ନ ଆକଳନ କରିଛି। ଆଇଏମଡିର କହିବା କଥା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଯୋଗୁ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଦେଶରେ ୧୦୬% ବର୍ଷା ହୋଇପାରେ।

Advertisment

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬%ରୁ ୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି ଧରା ଯାଏ। ୯୬%ରୁ +/- ୫ ବର୍ଷାକୁ ମଧ୍ୟ ସ୍ୱାଭାବିକ ବର୍ଷା କୁହାଯାଇଥାଏ। କିନ୍ତୁ ଏଥର ୧୦୬% ବର୍ଷା ହେବ ବୋଲି ଆଇଏମଡି କହିଛି।

ତେବେ ମୌସୁମୀ କେବେ ପ୍ରବେଶ କରିବ ଓ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେକଥା ଆଇଏମଡି ଏବେ କହି ନାହିଁ। ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଇଏମଡି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

Advertisment

ଆଇପିଏଡି କହିଛି ଯେ ଏଥର ମୌସୁମୀ ଉପରେ ଲା ନିନାର ପ୍ରଭାବ ଅଧିକ ରହିବ। ଏହାର ଅର୍ଥ ଭଲ ବର୍ଷା ହେବେ। ବିଶେଷ କରି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହୋଇପାରେ। ୧୯୫୧ରୁ ୨୦୨୩ ମଧ୍ୟରେ ମୌସୁମୀ ଉପରେ ୨୨ ଥର ଲା ନିନାର ପ୍ରଭାବ ପଡ଼ିଛି। ଏଥିଯୋଗୁ ଯୋଗୁ ଦେଶରେ ୯ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

ସେହିପରି କେବଳ ୧୯୭୪ ଓ ୨୦୦୦ ମସିହାକୁ ଛାଡ଼ି ଦେଲେ ବାକି ସବୁଥର ଲା ନିନା ଯୋଗୁ ସ୍ୱାଭାବିକ ବର୍ଷା ହୋଇଥିଲା। କେବଳ ୧୯୪୭ ଓ ୨୦୦୦ ମସିହାରେ ଲା ନିନା ସତ୍ତ୍ୱେ ସ୍ୱାଭାବି ଠାରୁ କମ ବର୍ଷା ରେକର୍ଡ କରାଯାଇଥିଲା। 

ଉତ୍ତରପଶ୍ଚିମ, ପୂର୍ବ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଅଞ୍ଚଳକୁ ଛାଡ଼ି ଦେଲେ ଦେଶର ଅନ୍ୟ ପ୍ରାନ୍ତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିନ ଡ. ଏମ ରବିଚନ୍ଦ୍ରନ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ମୌସୁମୀ ଆରମ୍ଭରୁ ଏନ ନିନୋର ପ୍ରଭାବ ଦେଖାଯିବ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମୌସୁମୀ ଦୁର୍ବଳ ରହିପାରେ। କିନ୍ତୁ ଏହା ଉପରେ ଲା ନିନା ଯୋଗୁ ବର୍ଷାର ପରିମାଣ ବୃଦ୍ଧି ପାଇବ। 

ସାଧାଣତଃ ମୌସୁମୀ ବର୍ଷାର ପ୍ରଭାବ ଏଲ ନିନୋ ଉପରେ ନର୍ଭର କରିଥାଏ। ଏଲ ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ ହୋଇଥାଏ। ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ ନିନୋର ପ୍ରଭାବ ପଡ଼ିବ, ତା’ହେଲେ ମରୁଡ଼ି ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ମୌସୁମୀ ଉପରେ ଚାଷୀମାନେ ନିର୍ଭର କରନ୍ତି। ତେଣୁ ସମସ୍ତେ ଭଲ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି।

ଏଥର ଏଲ ନିନୋ ବଦଳରେ ଲା ନିନାର ପ୍ରଭାବ ଅଧିକ ରହିବ ବୋଲି ଆଇଏମଡି କହିଥିବାରୁ ଏହା ଚାଷୀଙ୍କ ପାଇଁ ଏକ ଭଲ ଖବର।

ସାଧରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତରେ ନିଜର ଉପସ୍ଥିତି ଜାହିର କରେ। କେରଳ ଛୁଇଁବାର ୧୦ ଦିନ ପରେ ମୌମୁସୀ ଓଡ଼ିଶାକୁ ପ୍ରବେଶ କରେ। ୨୦୨୩ରେ ମୌସୁମୀ ୭ ଦିନ ବିଳମ୍ବରେ କେରଳ ଛୁଇଁଥିଲା।

ତେବେ ଚଳିତ ବର୍ଷ ମୌସୁମୀ ଧାର୍ଯ୍ୟ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ବୋଲି କିଛି ଦିନ ତଳେ ଆଇଏମଡି କହିଥିଲା। ସେତେବେଳେ ମଧ୍ୟ ପାଣିପାଗ ବିଭାଗ ଏଥର ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ଆକଳନ କରିଥିଲା। ଆଜି ଆଇଏମଡି ବିଧିବଦ୍ଧ ଭାବେ ଦେଶରେ ମୌସୁମୀ ଯୋଗୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି କହିଛି।

Monsoon Rain Alert IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe