Advertisment

୧୯ ଓ ୨୦ ତାରିଖରେ କାଳବୈଶାଖୀ!

୧୯ ତାରିଖ ଓ ୨୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ।

Hailstorm

Hailstorm

Advertisment

ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିସହ ପ୍ରବଳ ବର୍ଷା ଓ କୁଆ ପଥର ମାଡ଼ ମଧ୍ୟ ହେବାର ଅଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଛି, ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ଓ ୨୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ଏଥିସହ କୁଆପଥର ମାଡ଼ ହେବ। କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ପାରଦ ଉପର ମୁହାଁ ହୋଇଥିଲା। ଯେଉଁଥିପାଇଁ ତାତିରେ ଆଉଟୁ ପାଉଟୁ ହେଉଥିଲା ପୂରା ଓଡ଼ିଶା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିଲେ। ତେବେ ଗତ ୨ରୁ ୩ ଦିନ ହେଲା ପଶ୍ଚିମାଝଡ଼ର ପ୍ରଭାବରେ ତାତିରେ ଲାଗିଛି ବ୍ରେକ୍‌। ପାଗ କାଉଁଳିଆ ରହୁଛି। ଏବେ ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଗରମରୁ ତ୍ରାହି ମିଳିବ ବୋଲି ଆକଳନ କରାଯାଉଛି।

Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe