Advertisment

ଚଳିତ ବର୍ଷ ରାଜ୍ୟରେ ଶୀତ କମ!

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା କ୍ରମେ ଘନୀଭୂତ ହେବା ସହ ବାତ୍ୟାରେ ପରିଣତ ହେବ।

undefined

Winter

Advertisment

ଚଳିତବର୍ଷ ଜାଡରୁ ମିଳିବ ତ୍ରାହି। ଶୀତ ଋତୁରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଶୀତର ପ୍ରକୋପ କମ୍‌ ରହିପାରେ। ତେଣୁ ବେଶୀ ଶୀତ ଅନୁଭୂତ ହେବନି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ଏପରି ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା କ୍ରମେ ଘନୀଭୂତ ହେବା ସହ ବାତ୍ୟାରେ ପରିଣତ ହେବ। ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୪ ତାରିଖ ସଂଧ୍ୟାରେ ଚେନ୍ନାଇ ଓ ଆନ୍ଧ୍ର ମଚ୍ଛଲିପଟ୍ଟନମ୍‌ ମଝିରେ ଏହି ବାତ୍ୟା ଉପକୂଳ ଛୁଇଁପାରେ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ତିରୁପତିରେ ପ୍ରବଳ ବର୍ଷା ଲାଗିରହିଛି। ତାମିଲନାଡୁରେ ମୁତୟନ କରାଯାଇଛି NDRF ଟିମ୍।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସଂଭାବନା ରହିଛି। ବର୍ଷା ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment
Weather Report Winter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe