Advertisment

ବିପଦ ସଂକେତ ଉପରେ ଜଳକା, ଘାରିଲାଣି ବନ୍ୟା ଭୟ

ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।

Jalaka River

Jalaka River

Advertisment

ରାଜ୍ୟରେ ଗତ କିଛି ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ହେତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳା ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬. ୪୨ ମିଟରରେ ପ୍ରବାହିତ ହେଉଛି।

Advertisment

ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।

ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ନଦୀର ଜଳସ୍ତର ଏବେ ୬. ୪୨ ମିଟର ଥିବା ବେଳେ ତାହା ୬.୮୦ ମିଟର ଛୁଇଁଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।

Advertisment

ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିଲେ ଏବେ ରୁଆ ଯାଇଥିବା ଧାନ ତଳି ସବୁ ପଚି ଯିବା ସମେତ ବସ୍ତା ଏବଂ ସଦର‌ ବ୍ଲକ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ‌ କ୍ଷତି ହେବାର ଆଶଙ୍କା କରାଯାଉଛି ।

ବସ୍ତା ବିଡିଓ ସତ୍ୟଜିତ ମହାନ୍ତି କହିଛନ୍ତି, ଆମେ ନଦୀର ଜଳସ୍ତର ଉପରେ ନଜର ରଖିଛୁ। ବନ୍ୟା ପରିସ୍ଥିତି ଉପୁଜିଲେ ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

Balasore Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe