Advertisment

ଯମ ଯନ୍ତ୍ରଣା ଦେଉଛି କୋହଲା ପାଗ; ୨୩ ଓ ୨୪ରେ ବଢ଼ିବ ବର୍ଷା!

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବା ଆସିବାରେ ବ୍ୟାଘାତ ଘଟିଛି।

ଅଦ୍ୟତନ ହୋଇଛି
undefined

Rain

Advertisment

ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ୨୫ ତାରିଖ ମଧ୍ୟାହ୍ନ ଯାଏଁ କେତେକ ଜିଲ୍ଲାରେ କୋହୋଲା ପାଗ ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ୨୬ ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ସେପଟେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବାଆସିବାରେ ବ୍ୟାଘାତ ଘଟିଛି। ଦେଖିବାକୁ ଗଲେ ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ରେକର୍ଡ କରାଯାଇଛି। ସେଠାରେ ୪୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଭୁବନରେ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୫.୧ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୩.୮ ମିଲିମିଟର ହୋଇଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।

Advertisment

ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଜାନୁଆରୀ ୩୧ ଯାଏଁ ରାଜ୍ୟରେ ଥଣ୍ଡାରେ ଲାଗିବନି ବ୍ରେକ। ଓଡ଼ିଶା ଉପରକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ରହୁଛି। ଯେଉଁଥିରେ ଓଡ଼ିଶା ମଧ୍ୟକୁ ମଏଶ୍ଚର ଓ ପଲ୍ୟୁସନ ଆସୁଛି। ଯାହା ବାୟୁମଣ୍ଡଳ ଉପରି ଭାଗରେ ରହୁଛି। ସେହିପରି ଆରବ ସାଗର ଓ ବଙ୍ଗୋପସାଗରରୁ ସେଣ୍ଟ୍ରାଲ ଇଣ୍ଡିଆ ଏବଂ ଓଡ଼ିଶା ମଧ୍ୟକୁ ପ୍ରବାହିତ ବାୟୁ ଓଡ଼ିଶାର ତଳ ଭାଗରେ ରହୁଛି। ଯେଉଁଥିରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ଓଡ଼ିଶାକୁ ଆସୁଛି। ଓଡ଼ିଶାର ବାୟୁମଣ୍ଡଳର ଉପରି ଭାଗରେ କୁଲିଂ ଓ ତଳ ଭାଗରେ ଜଳୀୟବାଷ୍ପ ମିଶିବା ଦ୍ୱାରା ରାଜ୍ୟରେ ଥଣ୍ଡା ସହ କୋହଲା ପାଗ ରହୁଛି। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସକାଳ ସମୟରେ କୁହୁଡି ଓ ରାତିରେ ତାପମାତ୍ରା ହ୍ରାସ ହେବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

Rain Alert Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe