Advertisment

ଜଳୁଛି ଓଡ଼ିଶା; ଦିନ ଅଢ଼େଇଟାରେ କେନ୍ଦୁଝରରେ ଅସମ୍ଭାଳ ତାତି

ଆଜି ଦିନ ୨ଟା ୩୦ ସୁଦ୍ଧା କେନ୍ଦୁଝର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ତାତିରେ ଜଳୁଛି ଓଡ଼ିଶା! କେନ୍ଦୁଝରରେ ଦେଖାଦେଇଛି ଅସମ୍ଭାଳ ତାତି। ଯାହାଫଳରେ ଲୋକେ ନା ଘରୁ ବାହାରି ପାରୁଛନ୍ତି ନା ଘରେ ରହିପାରୁଛନ୍ତି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା କେନ୍ଦୁଝର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଝାରସୁଗୁଡାରେ ୪୨.୮ ଡିଗ୍ରୀ, ସମ୍ବଲପୁରରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୧.୮ ଡିଗ୍ରୀ, ବାଲେଶ୍ୱରରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ, ଚାନ୍ଦବାଲିରେ ୪୦.୭ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୧ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। କଟକ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ୟେଲୋ। ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ଯଦି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରିବାର ଅଛି, ତାହାହେଲେ ସତର୍କତାମୂଳକ ଭାବେ ବ୍ୟବସ୍ଥା କରିବାରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ କଟକ-ଭୁବନେଶ୍ୱରରେ ଅସମ୍ଭାଳ ଗରମ ଦେଖାଦେଇଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି।

Advertisment
Heat Wave Heat Wave In Odisha Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe