Advertisment

ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ଦାନା

ଏହି ପ୍ରକ୍ରିୟା ସକାଳ ଯାଏଁ ଚାଲୁ ରହିବ।

ଅଦ୍ୟତନ ହୋଇଛି
Cyclone

Cyclone

Advertisment

ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ‘ଦାନା’। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଚାଲିବ। 

Advertisment

ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି।
ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି।

ଧାମରାରେ ମଧ୍ୟ ବାତ୍ୟା 'ଦାନା' ତାଣ୍ଡବର ଦେଖିବାକୁ ମିଳିଛି। ଏଠାରେ ବଢ଼ୁଛି ପବନର ବେଗ। ଅଧିକ ପବନ ଯୋଗୁ ଏଠାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ଘରର ଆଜବେଷ୍ଟସ୍ ଉଡ଼ିଯାଇଛି।  

Advertisment

ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ଆରମ୍ଭ ହୋଇଛି। ପୂର୍ବାନୁମାନ ଅନୁସାରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ ହୋଇଛି। ଆସନ୍ତା ୩/୪ ଘଣ୍ଟା ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ। ଏବେ ସେଠାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିଛି। ୩ ଘଣ୍ଟା ପରେ ପବନ ସଂପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ଏହାର ବେଗ କମିବ। କାଲି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ। କାଲି ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବ।  

Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe