Cyclone
ଆସୁଛି ସମ୍ଭାବ୍ୟ ବାତ୍ୟା। ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା। ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଛି। ତେବେ ଏସ୍ଆର୍ସି କହିଛନ୍ତି, ତୀକ୍ଷଣ ନଜର ରଖାଯାଇଛି।
ସମ୍ଭାବ୍ୟ ବାତ୍ୟା ମୁକାବିଲା ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ପରେ SRC କହିଛନ୍ତି, ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବାତ୍ୟା ହୋଇପାରେ। ଏଥିପାଇଁ ବ୍ଲକସ୍ତରରେ ରଖାଯିବ ଓଡ୍ରାଫ, ଅଗ୍ନିଶମ ଟିମ୍। ଦରକାର ପଡ଼ିଲେ NDRF ଟିମ ମଧ୍ୟ ରଖାଯିବ। ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ସୋମବାର ଯାଞ୍ଚ କରିବେ ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ରହିଛି। ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିବା ସହ ପ୍ରସ୍ତୁତ ରହିବା, ଅଯଥା ଭୟଭୀତ ହେବାନି ବୋଲି SRC କହିଛନ୍ତି।
ଏସ୍ଆରସି କହିଛନ୍ତି, ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପୁରୀ, ଗଞ୍ଜାମ, ଜଗତସିଂହପୁର ଜିଲ୍ଲା ସବୁଠାରୁ ଅଧିକ ବର୍ଷା ହେବ। ଏହାଛଡ଼ା କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, କନ୍ଧମାଳ, ବୌଦ୍ଧ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଲକ୍ଷ୍ୟ କରି ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ମାଛ ଧରିବାକୁ ଯାଇଛନ୍ତି,ସେମାନେ ଯଥା ଶୀଘ୍ର ଫେରିଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍ଆର୍ସି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us