Rain
ପାଗ ସାଧାରଣତଃ ଶୁଖିଲା ରହିବ। ଆଗାମୀ ଦୁଇ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। କିନ୍ତୁ ୩୦ ତାରିଖରେ ଗୋଟିଏ ପଶ୍ଚିମା ଝଡ଼ ଆସିବାର ରହିଛି। ଯାହାର ପ୍ରଭାବରେ ୩୦ ଓ ୩୧ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ୩୦ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗନ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୩୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ଚନ୍ଦୁଆରେ ସର୍ବାଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଦିନର ତାପମାତ୍ର ସର୍ବାଧିକ ରେକର୍ଡ କରାଯାଇଛି। ଏହାଛଡ଼ା ରାଉରକେଲାରେ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rain_1709904493.jpg)