Advertisment

ଆଗାମୀ ୪୮ ଘଣ୍ଟାରେ ଭିତରେ ଲଘୁଚାପ, ୫ ଜିଲ୍ଲାରେ ଭୂସ୍ଖଳନ ସମ୍ଭାବନା

ଚାଷୀଙ୍କ ପାଇଁ ଖୁସୀ ଖବର। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ଚାଷୀଙ୍କ ପାଇଁ ଖୁସୀ ଖବର। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି ନାରନୁଲ, ଶିବପୁରୀ, ମାଣ୍ଡଲା, ଆମ୍ବିକାପୁର ହୋଇ ଆସିବା ପରେ ଓଡ଼ିଶାର ଚାନ୍ଦବାଲି ମଧ୍ୟଦେଇ ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଲଘୁଚାପ ଅବପାତ ହେଲେ ସମଗ୍ର ଓଡ଼ିଶାରେ ଭଲ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି।

Advertisment

ସେପଟେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତି ସହ ୫ ଜିଲ୍ଲାରେ ଭୂସ୍ଖଳନ ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ସମ୍ଭାବନା ରହିଛି। ସେହିପରି କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତି ଆଶଙ୍କା ରହିଛି।

ଗତକାଲି ସୁଦ୍ଧା ଅତ୍ୟଧିକ ନିଅଣ୍ଟିଆ ବର୍ଷା ଅନ୍ତର୍ଭୁକ୍ତ କଳାହାଣ୍ଡି ଜିଲ୍ଲାରେ ଗତ ୨୪ଘଣ୍ଟାରେ ୬୯.୪ ମିମି ବର୍ଷା ହୋଇଛି। ଯାହା ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷାକୁ ଭରଣ କରିଛି। ଗତ କାଲି ସୁଦ୍ଧା ୬୦% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଆଜି ଏଥିରେ ସାମାନ୍ୟ ସୁଧାର ହୋଇ ୪୭% ରହିଛି।

Advertisment

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନରୁ ଆଜି ପର୍ଯ୍ୟନ୍ତ ୩ ଜିଲ୍ଲା ଝାରସୁଗୁଡା, ଦେବଗଡ ଏବଂ ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଯେତେବେଳେ କି ୧୩ ଜିଲ୍ଲାରେ ନିଅଣ୍ଟିଆ ଏବଂ ଅବଶିଷ୍ଟ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଚଳିତ ମୌସୁମୀ ଋତୁରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୫୫୮.୬ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୪୦୪.୩ ମିମି ତୁଳନାରେ ୩୮ ପ୍ରତିଶତ ଅଧିକ। ସେହିପରି ନବରଙ୍ଗପୁର ଜିଲ୍ଲାରେ ୨୩୫.୬ ମିମି ବର୍ଷା ହୋଇଛି। ଯାହା ସ୍ୱଭାବିକ ଠାରୁ ୫୦ ପ୍ରତିଶତ କମ ଓ ସବୁଠାରୁ କମ ବର୍ଷା ବୋଲି ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ହାରହାରି ୨୨.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୧୧.୩ ମିମି ତୁଳନାରେ ୯୮ ପ୍ରତିଶତ ଅଧିକ। ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୭୬.୪ ମିମି ବର୍ଷା ସହ ୭୦୫% ଅଧିକ ବର୍ଷା ହୋଇଛି। ବଲାଙ୍ଗୀର ଜିଲ୍ଲାର ଗୁଡଭେଲାରେ ସର୍ବାଧିକ ୨୯୬.୪ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡିର ଥି.ରାମପୁରରେ ୧୮୯ ମିମି, କରଲାମୁଣ୍ଡାରେ ୧୮୪ମିମି, ବଲାଙ୍ଗୀର ସହରରେ ୧୬୩ ମିମି ବର୍ଷା ରେକର୍ଡ ହୋଇଛି।

Heavy Rain Rain Alert Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe