Advertisment

ହେବ କି ବାତ୍ୟା ? ୨୬ରେ ଲଘୁଚାପ !

ଆସନ୍ତା ୨୬ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Low Pressure

Low Pressure

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୬ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ କେଉଁ ରୂପ ନେବ ତାହା ସ୍ପଷ୍ଟ ହୋଇନି। ତେବେ ଏହି ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। 

Advertisment

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୫ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ୨୬ ତାରିଖ ବେଳକୁ ଏକ ଲଘୁଚାପ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ପରେ ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଯାହାର ପ୍ରଭାବରେ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ତାହା ସ୍ପଷ୍ଟ ହୋଇଯିବ ।

ଆସନ୍ତା ୨୭ ତାରିଖ ବେଳକୁ ଲଘୁଚାପଟି ଗଭୀର ସମୁଦ୍ରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମାତ୍ର ତାହା ପରବର୍ତ୍ତୀ ଅବସ୍ଥାରେ ଦୁର୍ବଳ ହେବ ନା ଗଭୀର ଅବପାତରେ ପରିଣତ ହେବ ତାହା ଏବେଠୁ ସ୍ପଷ୍ଟ ହୋଇନି ବୋଲି କହିଛି ପାଣିପାଗ ବିଭାଗ ।

Advertisment

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି,  ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତକୁ ବାତ୍ୟା ଋତୁ ରୂପେ ବିବେଚନା କରାଯାଏ।  ଗତ୨ ମାସ ବଙ୍ଗୋପସାଗରରେ ୨ଟି ବାତ୍ୟା ସୃଷ୍ଟି ହୋଇ ସାରିଲାଣି। ତେବେ ଏହି ଲଘୁଚାପଟି ବାତ୍ୟା ରୂପ ନେବ ବି ନାହିଁ ସେ ସମ୍ପର୍କରେ ଏବେ ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ତେବେ ଏହା ପ୍ରଭାବରେ କିଛି କିଛି ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ଅମଳ ହୋଇଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। 

ସୂଚନାଯୋଗ୍ୟ, ଏହା ପୂର୍ବରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଗତ ୧୯ ତାରିଖରେ ଗଭୀର ଅବପାତର ରୂପ ନେଇଥିଲା। ଏହା ବାଂଲାଦେଶମୁହାଁ ହୋଇଥିବା ବେଳେ ଓଡ଼ିଶାରେ ଏହାର ସେପରି ପ୍ରଭାବ ଅନୁଭୂତ ହୋଇ ନ ଥିଲା। 

Low Pressure