Advertisment

ଆଣ୍ଡାମାନ ସାଗରରେ ସୁଦୃଶ୍ୟ ଲଘୁଚାପ, ୧ରେ ବାତ୍ୟା !

ଏହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବ। ତାର ୪୮ ଘଣ୍ଟା ମଧ୍ୟରେ ତାହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Low Pressure

Low Pressure

ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଆଜି ତାହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି।

Advertisment

ଏହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବ। ତାର ୪୮ ଘଣ୍ଟା ମଧ୍ୟରେ ତାହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ଉମାକାନ୍ତ ଦାସ ଦେଇଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଯେଉଁ ଲଘୁଚାପ କ୍ଷେତ୍ରଟି ଥିଲା, ଆଜି ସକାଳ ୫ଟା୩୦ରେ ତାହା ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଅଧିକ ଘନୀଭୂତ ହେବ ।

Advertisment

ଆସନ୍ତାକାଲି ଅର୍ଥାତ ୩୦ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ତାହା ୪୮ ଘଣ୍ଟା ପରେ ବାତ୍ୟାର ରୂପ ନେବ । ପରବର୍ତ୍ତୀ ସମୟରେ ବାତ୍ୟାର ତୀବ୍ରତା ଓ ଗତିପଥ କ’ଣ ରହିବ ସେ ନେଇ କିନ୍ତୁ କୌଣସି ଆକଳନ କରାଯାଇନି।

ଅବପାତ ସୃଷ୍ଟି ହେବା ପରେ ତାହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବୈଜ୍ଞାନିକ ଦାସ ।

ଆସନ୍ତାକାଲି ଅବପାତ ସୃଷ୍ଟି ହେଉଥିଲେ ମଧ୍ୟ ତାହା ପ୍ରଭାବରେ ଓଡ଼ିଶା ଉପକୂଳ ତଥା ଓଡ଼ିଶାର କୌଣସି ଅଞ୍ଚଳକୁ ଚେତାବନୀ ଜାରି କରାଯାଇ ନାହିଁ। ଆସନ୍ତା ୩ ଓ ୪ ତାରିଖରେ କେବଳ ହାଲକା ବର୍ଷା ହେବାର ଅନୁମାନ କରାଯାଉଛି।

କିନ୍ତୁ ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଥିବାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୧ ତାରିଖରୁ ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ। ପବନର ବେଗ ବଢ଼ି ୨ ତାରିଖ ବେଳକୁ ୫୦ରୁ ୬୦ କିମି ଓ ସର୍ବାଧିକ ୭୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି କହିଛନ୍ତି ବୈଜ୍ଞାନିକ ଉମାଶଙ୍କର ଦାସ।

ଏହା ପ୍ରଭାବରେ ୧ ତାରିଖରୁ ସମୁଦ୍ର ଅଶାନ୍ତରୁ ଅଧିକ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ରହିଛନ୍ତି, ସେମାନେ ୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି।

Low Pressure Cyclone Update