Advertisment

ମୁଣ୍ଡଳିରେ ଚାଲିଛି ପିକ୍‌ ଫ୍ଲୋ

ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି।

Mundali

Mundali

Advertisment

କଟକର ମୁଣ୍ଡଳିଠାରେ ଏବେ ମହାନଦୀରେ ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍‌ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍‌ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍‌ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ।

ସେ ଆହୁରି କହୁଛନ୍ତି, ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ। ଜେନାପୁରଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ଥିଲେ ବି ଖସୁଛି। ଖରସ୍ରୋତା ନଦୀ ବନ୍ଧରେ ପଡ଼ିଥିବା ଘଳିଆ ମରାମତି ହୋଇଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। 

Advertisment
Flood Situation Mahanadi River Mahanadi Flood Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe