Advertisment

ପାଗ ବଦଳିଲା: ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ

ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୁଣି ୩ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Cloud

Cloud

Advertisment

ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସହିତ ଅନ୍ୟ କିଛି ସ୍ଥାନରେ ପାଗ ମେଘୁଆ ରହିଛି। ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ପାଗ ମେଘୁଆ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୁଣି ୩ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Advertisment

ଗତକାଲି ରାଜ୍ୟର ୫ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଓ ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ବଲାଙ୍ଗିରରେ ୪୦.୨ ଓ ନୟାଗଡ଼ରେ ୪୦ ଡିଗ୍ରୀ ରହିଥିଲା। ସେହିପରି ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ, ସୋନପୁରରେ ୩୯.୪, ନୂଆପଡ଼ାରେ ୩୯.୪, ଝାରସୁଗୁଡ଼ାରେ ୩୯.୩ ଓ ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରହିଥିଲା।

ଗତକାଲି ଅନୁଗୋଳରେ ତାପମାତ୍ରା ୩୮.୭ ଡିଗ୍ରୀ ଥିବା ବେଳେ ବାରିପଦାରେ ୩୮.୪, କେନ୍ଦୁଝରଗଡ଼ରେ ୩୮, ସୁନ୍ଦରଗଡ଼ରେ ୩୮.୫, ତାଳଚେରରେ ୩୮.୪, ଫୁଲବାଣୀରେ ୩୮.୩, ରାୟଗଡ଼ରେ ୩୮, ନବରଙ୍ଗପୁରରେ ୩୮.୪, ରାଉରକେଲାରେ ୩୮.୪ ଓ ଖୋର୍ଦ୍ଧାରେ ୩୮ ଡିଗ୍ରୀ ରହିଥିଲା। ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୩୭.୬, ସମ୍ବଲପୁରରେ ୩୭.୮, ହୀରାକୁଦରେ ୩୭.୬, କୋରାପୁଟରେ ୩୭.୨, ଛତ୍ରପୁରରେ ୩୭, ଭଦ୍ରକରେ ୩୭, ଯାଜପୁରରେ ୩୭, ଢେଙ୍କାନାଳରେ ୩୭.୮, ବରଗଡ଼ରେ ୩୭.୪, ଜଗତସିଂହପୁରରେ ୩୭.୨ ଓ କେନ୍ଦ୍ରାପଡ଼ାରେ ୩୭ ଡିଗ୍ରୀ ରହିଥିଲା।

Advertisment
Weather Report Weather Condiction Weather News Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe