Advertisment

୯ଟି ସ୍ଥାନରେ ଆଜି ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ

ଆସନ୍ତାକାଲି ରାଜ୍ୟର ଗୋଟିଏ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ୩୦ରେ ଦୁଇଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିପାରେ।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ଆଜି ରାଜ୍ୟର ୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ଛୁଇଁପାରେ।

Advertisment

ସେହିପରି ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ରାୟଗଡ଼ର, ଭୁବନେଶ୍ୱର, ଚାନ୍ଦବାଲି, ଭଦ୍ରକ, ବାରିପଦା, ଢେଙ୍କାନାଳ ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରହିପାରେ। ଆସନ୍ତାକାଲି ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତାକାଲି ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ନୟାଗଡ଼, ଭବାନୀପାଟଣା ଓ ବଲାଙ୍ଗିର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ।

୩୦ ତାରିଖରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ବଲାଙ୍ଗିର, ଟିଟିଲାଗଡ଼,ଭବାନୀପାଟଣା, ପାରଳାଖେମୁଣ୍ଡି, ଭୁବନେଶ୍ୱର, ନୟାଗଡ଼, ସୋନପୁର ଓ ବୌଦ୍ଧ ଆଦି ସ୍ଥାନରେ ୩୯ ଡିଗ୍ରୀ ସେଲ୍‌ସିୟସ ରହିପାରେ।

Advertisment

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ହୋଇପାରେ। ତା’ପରେ ରାଜ୍ୟର ଅନେକ ଜିଲ୍ଲାରେ ଏଥିରେ କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ।

ଅନ୍ୟପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩୦ ଓ ୩୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଦୁଇ ଦିନ ତଳେ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୫ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଥିଲା। ଭବାନୀପାଟଣା, ବଲାଙ୍ଗିର ଓ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନୟାଗଡ଼ରେ ୩୮.୨ ଓ ବୌଦ୍ଧରେ ୩୮.୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା ଦିନର ସର୍ବୋଚ୍ଚ ତାପମାତ୍ରା। ସେହିପରି ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୭.୪, ସମ୍ବଲପୁରରେ ୩୭.୩, ସୁନ୍ଦରଗଡ଼ରେ ୩୭.୩, ତାଳଚେରରେ ୩୭.୮, ପାରଳାଖେମୁଣ୍ଡିରେ ୩୭.୬ ଓ ରାୟଗଡ଼ାରେ ୩୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Heat Wave Heat Wave In Odisha Weather Update Weather News Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe