Advertisment

୪୦ ଡିଗ୍ରୀ ଛୁଇଁଲା ୮ ସହର ତାତି

ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରିଛି।

Heat Wave

Heat Wave

Advertisment

୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଛି ତାତି। ଆଜି ଅସମ୍ଭାଳ ହୋଇଛି ସ୍ଥିତି। ୮ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରେ ୩୮.୫ ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ, କଟକରେ ୩୯.୪ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୯.୪ ଡିଗ୍ରୀ, ଗୋପାଳପୁରରେ ୩୧.୮ ଡିଗ୍ରୀ, ପୁରୀରେ ୩୩.୫ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮.୦ ଡିଗ୍ରୀ, ସମ୍ୱଲପୁରରେ ୩୮.୮ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦରେ ୩୮.୬ ଡିଗ୍ରୀ, ତାଳଚେରରେ ୪୦.୦ ଡିଗ୍ରୀ, ଭବାନୀପାଟଣାରେ ୪୦.୦ ଡିଗ୍ରୀ, ବଲାଙ୍ଗିରରେ ୪୦.୩ ଡିଗ୍ରୀ, କୋରାପୁଟରେ ୩୭.୦ ଡିଗ୍ରୀ, ଫୁଲବାଣୀରେ ୩୭.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୦ ଡିଗ୍ରୀ, ସୋନପୁରରେ ୩୮.୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୦ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୩୬.୬ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୬ ଡିଗ୍ରୀ, ରାୟଗଡ଼ାରେ ୩୯.୦ ଡିଗ୍ରୀ, ଭଦ୍ରକରେ ୩୯.୨ ଡିଗ୍ରୀ, ଯାଜପୁରରେ ୩୯.୫ ଡିଗ୍ରୀ, ଢେଙ୍କାନାଳରେ ୩୯.୫ ଡିଗ୍ରୀ, ବରଗଡ଼ରେ ୩୮.୦ ଡିଗ୍ରୀ, ଦେବଗଡ଼ରେ ୩୫.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୪ ଡିଗ୍ରୀ, ଜଗତସିଂହପୁରରେ ୩୮.୮ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୭.୨ ଡିଗ୍ରୀ ଓ ରାଉରକେଲାରେ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe