Advertisment

ବାଲେଶ୍ୱରରେ ଅଗ୍ନି ବର୍ଷା; ଭୁବନେଶ୍ୱର ଅବସ୍ଥା ବେହାଲ୍‌

ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। ସକାଳ ସାଢ଼େ ୮ଟାରୁ ପାରଦ ଡେଇଁ ଯାଉଛି ୩୮ ଡିଗ୍ରୀ।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ରେଡ୍‌ ୱାର୍ଣ୍ଣିଂ ଥିବା ବାଲେଶ୍ୱରରେ ଆଜି ଅଗ୍ନି ବର୍ଷା ହୋଇଛି। ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ଦିନ ଅଢ଼େଇଟା ସୁଦ୍ଧା ଜିଲ୍ଲାର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ଅପ୍ରେଲ ମାସର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା। ଏହା ପୂର୍ବରୁ ଅର୍ଥାତ ୨୦୧୦ ମସିହା ଏପ୍ରିଲ ୨୦ ତାରିଖରେ ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା। ବାଲେଶ୍ୱର ପରି ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ୍‌ ହୋଇଛି। ଆଜି ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋଶାଲ ମିଡ଼ିଆ Xରେ ସୂଚନା ଦିଆଯାଇଛି। ଅସମ୍ଭାଳ ତାତି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଝାରସୁଗୁଡା ୪୪.୨ ଡିଗ୍ରୀ, ଚାନ୍ଦବାଲିରେ ୪୩.୬ ଡିଗ୍ରୀ, ରାଉରକେଲାରେ ୪୩.୨ ଡିଗ୍ରୀ, ସମ୍ବଲପୁରରେ ୪୩.୨ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ପୁରୀରେ ୩୫.୧ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି। 

ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। ସକାଳ ସାଢ଼େ ୮ଟାରୁ ପାରଦ ଡେଇଁ ଯାଉଛି ୩୮ ଡିଗ୍ରୀ। ସାଢ଼େ ୧୧ଟା ବେଳକୁ ଅସମ୍ଭାଳ ହେଉଛି ସ୍ଥିତି। ଆଜି ଦିନ ୧୧ଟା ବେଳକୁ ତାତି ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ପାର କରିଥିଲା। ସିଭିୟର ହିଟ୍ ୱେଭ୍ ନେଇ ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ରେଡ୍ ଓ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨ ତାରିଖ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିବ। ୩ ତାରିଖରେ ତାତିତରେ ସାମାନ୍ୟ ବ୍ରେକ୍‌ ଲାଗିପାରେ ବୋଲି ଅନୁମାନ କରାଯାଉଛି।

Advertisment
Bhubaneswar Balasore Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe