Advertisment

ଖସୁଛି ପାରଦ, ବଢ଼ିବ ଶୀତ

ଦଶହରା ପରଠାରୁ ମୌସୁମୀ ଫେରିଗଲାଣି। ବର୍ଷା ହେଉନଥିବାରୁ ଚାଷ ଜମି ଶୁଖିଲା ପଡ଼ିଛି। ଧାନ ଗଛ ମରିବାକୁ ବସିଲାଣି। ଧାନ ଅମଳ ବେଳେ ଚାଷ ଜମିରେ ଏପରି ଚିତ୍ର ଦେଖି ଚାଷୀ ଭାଙ୍ଗି ପଡ଼ିଛି।

ଅଦ୍ୟତନ ହୋଇଛି
undefined

Winter

Advertisment

ଖସୁଛି ପାରଦ, ବଢ଼ିବ ଶୀତ। ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ -ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଗତ ଦୁଇ ଦିନ ହେଲା ରାଜ୍ୟ ଅଧିକାଂଶ ଜିଲ୍ଲାରେ ସକାଳେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ରାଜପଥରେ କୁହୁଡିର ପଦ ଚିହ୍ନ ପଡ଼ିଥିଲା। ଯେଉଁଥିପାଇଁ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ।

Advertisment

ଦଶହରା ପରଠାରୁ ମୌସୁମୀ ଫେରିଗଲାଣି। ବର୍ଷା ହେଉନଥିବାରୁ ଚାଷ ଜମି ଶୁଖିଲା ପଡ଼ିଛି। ଧାନ ଗଛ ମରିବାକୁ ବସିଲାଣି। ଧାନ ଅମଳ ବେଳେ ଚାଷ ଜମିରେ ଏପରି ଚିତ୍ର ଦେଖି ଚାଷୀ ଭାଙ୍ଗି ପଡ଼ିଛି। କେମିତି ପରିବାର ପୋଷିବ ଓ ଋଣ ଟଙ୍କା କେମିତି ପରିଶୋଧ କରିବ, ସେହି ଚିନ୍ତାରେ ପଡ଼ି ଯାଇଛି ଚାଷୀ। ଅନ୍ୟ ପକ୍ଷରେ ଚାଷ ନଷ୍ଟ ହେଉଥିବା ଦେଖି ଦୁଇ ଦିନ ତଳେ ଜଣେ ଚାଷୀ ବିଷ ପିଇ ନୟାଗଡ଼ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Weather Report Winter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe