Advertisment

ରାଜସ୍ୱ ମନ୍ତ୍ରୀଙ୍କ ଅପିଲ୍‌- କିନ୍ତୁ, ପରନ୍ତୁ ଛାଡ଼ନ୍ତୁ, ଘରୁ ବାହାରି ରିଲିଫ ସେଣ୍ଟର ଆସନ୍ତୁ

‘ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ଏହାପରେ ଆଗାମୀ ୪୮ ଘଣ୍ଟା ବାତ୍ୟା ଆମକୁ କଷ୍ଟ ଦେବ, ଯନ୍ତ୍ରଣା ଦେବ । ମାତ୍ର ପରେ ଯନ୍ତ୍ରଣା ପ୍ରଶମିତ ହେବ, ଆମ କଷ୍ଟ ଲାଘବ ହେବ ।’

author-image
Niharika Rout
ଅଦ୍ୟତନ ହୋଇଛି
Suresh Pujari

Suresh Pujari

‘ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ଏହାପରେ ଆଗାମୀ ୪୮ ଘଣ୍ଟା ବାତ୍ୟା ଆମକୁ କଷ୍ଟ ଦେବ, ଯନ୍ତ୍ରଣା ଦେବ । ମାତ୍ର ପରେ ଯନ୍ତ୍ରଣା ପ୍ରଶମିତ ହେବ, ଆମ କଷ୍ଟ ଲାଘବ ହେବ । ଓଡ଼ିଶାବାସୀ ବହୁ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତଙ୍କିତ, ବିଚଳିତ ହୁଅନ୍ତୁ ନାହିଁ। ଘରେ କି ରାସ୍ତ ଉପରେ ରହୁନ୍ତୁ ନାହିଁ। ସବୁଠୁ ନିରାପଦ ସ୍ଥଳ ହେଉଛି ବାତ୍ୟା ଆଶ୍ରୟ ସ୍ଥଳ । ତେଣୁ ଘର ଛାଡ଼ି ବାତ୍ୟା ଆଶ୍ରୟ ସ୍ଥଳକୁ ଆସନ୍ତୁ।’ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କୁ ଆଜି ଏପରି ଅପିଲ୍‌ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଗ୍ରାଉଣ୍ଡରେ ପହଞ୍ଚି ସାରିଛନ୍ତି ରେସକ୍ୟୁ ଟିମ୍। ପରବର୍ତ୍ତୀ ୪୮ ଘଣ୍ଟା ଆମକୁ କଷ୍ଟ କରିବାକୁ ପଡ଼ିବ। ୧୩ ଜିଲ୍ଲାରେ ଆଲର୍ଟରେ ଅଛନ୍ତି ସରକାର ଓ ପ୍ରଶାସନ।  

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ପୁଲିସ୍‌ ଫୁଲ୍‌ ଦମ୍‌ରେ ଲାଗିଛନ୍ତି। ସମୁଦାୟ ୧୦ଲକ୍ଷଲୋକଙ୍କୁସ୍ଥାନାନ୍ତରକରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାଲେଶ୍ୱର, ଭଦ୍ରକକେନ୍ଦ୍ରାପଡ଼ାରେଅଧିକ ସଂଖ୍ୟକ ଲୋକଙ୍କୁସ୍ଥାନାନ୍ତରକରାଯିବ।ରାଜ୍ୟରେମୋଟି୬ହଜାର୫ଶହରିଲିଫସେଣ୍ଟରପ୍ରସ୍ତୁତକରାଯାଇଛି।ରିଲିଫ୍ସେଣ୍ଟରକୁଯାଇଜୀବନସୁରକ୍ଷିତକରିବାକୁଅପିଲ୍କରିଛନ୍ତିରାଜସ୍ୱମନ୍ତ୍ରୀ।

Advertisment

ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପରେ ୪୮ ଘଣ୍ଟା ଆମକୁ କଷ୍ଟ ଦେବ। ମାତ୍ର ପରେ ଆମ କଷ୍ଟ ଲାଘବ ହେବ । ଓଡ଼ିଶାବାସୀ ବହୁ ବାତ୍ୟାର ମୁକାବିଲା କରିଛନ୍ତି ଆଉ ପୁଣି ଥରେ ମୁଣ୍ଡ ଟେକି ଜୀବନ ବଞ୍ଚିଛନ୍ତି। ତେଣୁ ଘର ଛାଡ଼ି ସେଠାକୁ ଆସନ୍ତୁ। ରିଲିଫ ସେଣ୍ଟରରେ ଥିବା ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ସେଣ୍ଟରରେ ରହୁଥିବା ଲୋକଙ୍କୁ କେତେ ଦିନ ଖାଦ୍ୟ,ମେଡିସିନ ଦିଆଯିବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ। ଏଥିନିମନ୍ତେ ଖୋଲା ହାତରେ ଖର୍ଚ୍ଚ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।  

ବାତ୍ୟା ପୂର୍ବରୁ ଗାଁକୁ ଖାଲି କରାଯାଉଥିବାରୁ ଗାଁରେ ପାଟ୍ରୋଲିଂ କରାଯାଉଛି। ସବୁଠି ପଇଁତରା ମାରୁଛି ପୁଲିସ୍‌ । ରିଲିଫ ସେଣ୍ଟରରେ ମହିଳା ପୁଲିସ୍‌ ଅଞ୍ଚନ୍ତି।  ଏପରି ସ୍ଥିତିରେ ନିଜ ଘରଦ୍ୱାରା, ଜିନିଷର ସୁରକ୍ଷା କଥା ନ ଭାବି ନିଜ ସୁରକ୍ଷା କଥା ଭାବନ୍ତୁ। ତେଣୁ ମନରେ କିନ୍ତୁ, ପରନ୍ତୁ ଛାଡ଼ି ଘରୁ ବାହାରି ରିଲିଫ୍‌ ସେଣ୍ଟରକୁ ଆସନ୍ତୁ। ବାତ୍ୟା ଛାଡ଼ିଗଲେ ଆମେ ଲୋକଙ୍କୁ ରିଲିଫ ସେଣ୍ଟରରୁ ନେଇ ଘରେ ଛାଡ଼ିବୁ। ଆଉ କ୍ଷୟକ୍ଷତିର ଆକଳନ କରି ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦେବୁ। କାରଣ ସରକାର ଆପଣଙ୍କ ସୁରକ୍ଷା କବଚ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ।

ଏଥିସହ ସେ କହିଛନ୍ତି, ବହୁ ସମୟରେ ବାତ୍ୟା ବେଳେ ସାପ କାମୁଡ଼ାରେ ଅକାଳରେ ଲୋକଙ୍କ ଜୀବନ ଚାଲି ଯାଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତି ୨୦ କିମି ଦୂରରେ ଏହାର ମେଡିସିନ ଉପଲବ୍ଧ ରହିଛି। କୌଣସି ସ୍ଥାନରେ ଲୋକଙ୍କୁ ସାପ କାମୁଡ଼ିଲେ ଅଧ ଘଣ୍ଟାରେ ଆମେ ସେମାନଙ୍କ ନିକଟରେ ଇଞ୍ଜେକସନ୍‌କୁ ପହଞ୍ଚାଇବୁ।

 ଘର ଛାଡ଼ି ରିଲିଫ ସେଣ୍ଟର ଆସୁଥିବା ଲୋକଙ୍କୁ ଅପିଲ୍‌ କରି ମନ୍ତ୍ରୀ କହିଛନ୍ତି, ଘର ଗୁହାଳରେ ଗାଇ, ଛେଳିଙ୍କୁ ବାନ୍ଧନ୍ତୁ ନାହିଁ। ସେମାନଙ୍କୁ ଖୋଲା ଛାଡ଼ନ୍ତୁ। ସେମାନେ ବିପଦ ଆସିଲେ ଆପେ ଆପେ ସୁରକ୍ଷିତ ସ୍ଥାନକୁ ଯାଇପାରିବେ। ନଚେତ ସେମାନଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ନ୍ତୁ। କିମ୍ବା ସରକାରଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତରେ ସ୍ଥାପନ କରାଯାଇଥିବା ପଶୁ ସମ୍ପଦ ଆଶ୍ରୟ ସ୍ଥଳୀରେ ଛାଡ଼ନ୍ତୁ। ସେଠାରେ ଗୋଖାଦ୍ୟ, ପାଣି ଆଦି ମହଜୁଦ କରି ରଖାଯାଇଛି।

ଅଧିକ ବେଗରେ ପବନ ହେଲେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବ । ଏହାପରେ ପୁଣି ଥରେ ସେବାକୁ ନିରବଚ୍ଛିନ ଭାବେ ଚାଲୁ କରିବାକୁ ତ୍ୱରାନ୍ୱିତ ଭାବେ କାମ କରାଯିବ । ତ୍ରୁଟିଶୂନ୍ୟ ବ୍ୟବସ୍ଥା ହୋଇଛି। ଏହାବାଦ ବି ନୂଆ ପରାମର୍ଶ ଆସିଲେ ଆମେ ଗ୍ରହଣ କରିକୁ। ତେଣୁ ଭୟଭୀତ, ଚିନ୍ତିତ କି ବିଚଳିତ ହୁଅନ୍ତୁ ନାହିଁ। ଆମେ ଏହି ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ଓ ସଫଳ ହେବା ବୋଲି ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ଗ୍ରାଉଣ୍ଡରେ ୧୯ଟି ଏନଡିଆରଏଫ୍, ୫୧ ଓଡ୍ରାଫ, ୧୭୮ ଅଗ୍ନିଶମ ଟିମ୍ ସଜାଗ ରହିଛନ୍ତି।  ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇଛି। ଗାଁ ଛାଡ଼ୁଥିବା ଲୋକଙ୍କ ଘର ଜଗିବ ପୁଲିସ। ୧୦ ମିନିଟରେ ଗଛ କାଟି ରାସ୍ତା କ୍ଲିୟର୍ କରିବାକୁ ବ୍ୟବସ୍ଥା ହୋଇଛି।

ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତରଣ କାମ ସରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ ନିଆଯାଉଛି।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡ଼ାରେ ୨୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ସେହିପରି ବାଲେଶ୍ୱରରେ ୩୦ହଜାର, ଭଦ୍ରକରୁ ୨୩ ହଜାର ଓ ଜଗତସିଂହପୁର ଜିଲ୍ଲାରୁ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। 

Cyclone Update Suresh Pujari Cyclone Dana