Advertisment

ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଆଗକୁ ବଢ଼ିବାର କିଛି ସମ୍ଭାବନା ନାହିଁ

ମୌସୁମୀ ବାୟୁ କେବଳ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆସିଛି। ଏବେ ସ୍ଥିତି ଅନୁକୂଳ ନଥିବାରୁ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରିନି।

author-image
Jitendra Garnayak

ପହିଲି ରଜରେ ଅଥୟ କରିବ ତାତି। ରାଜୁତି କରିବ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ତାପମାତ୍ରା କେତେକ ଜିଲ୍ଲାରେ ୪୩ରୁ ୪୪ ଡିଗ୍ରୀ ଅତିକ୍ରମ କରିପାରେ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ ମନୋରମା ମହାନ୍ତି କହିଛନ୍ତି, ମୌସୁମୀ ବାୟୁ କେବଳ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆସିଛି। ଏବେ ସ୍ଥିତି ଅନୁକୂଳ ନଥିବାରୁ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରିନି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଆଗକୁ ବଢ଼ିବାର କିଛି ସମ୍ଭାବନା ନାହିଁ।

Monsoon Heat Wave Raja Festival