Advertisment

୨୦୧୭ ପରେ ପୁଣି ମୌସୁମୀ ସହ ଘଟିଲା ଏମିତି ଘଟଣା

ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଓ ଜୁନ ୫ ବେଳକୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ପ୍ରବେଶ କରିଥାଏ।

Monsoon

Monsoon

Advertisment

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଦିନକୁ ଆଗରୁ ମୌସୁମୀ କେଳର ଛୁଇଁବାରୁ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳ ଛୁଇଁ ଥାଏ।

Advertisment

ତେବେ ମୌସୁମୀକୁ ନେଇ ଚଳିତ ବର୍ଷ ଗୋଟିଏ ବିରଳ ଘଟଣା ଘଟିଛି। କେରଳ ସହ ମୌସୁମୀ ସମାନ ସମୟରେ ଉତ୍ତରପୂର୍ବ ରାଜ୍ୟର ଅଧିକାଂଶ ସ୍ଥାନକୁ ସ୍ପର୍ଶ କରିଛି। ଏପରି ବିରଳ ଘଟଣା ଶେଷ ଥର ପାଇଁ ୨୦୧୭ରେ ଘଟିଥିଲା।

ଏହା ପଛରେ ବାତ୍ୟା ହିଁ ପ୍ରମୁଖ କାରଣ। ୨୦୨୪ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ମୌସୁମୀର ଗତିପଥକୁ ପ୍ରଭାବିତ କରିଛି। ୨୦୧୭ରେ ମଧ୍ୟ ବଙ୍ଗୋପସାଗରରେ ମୌସୁମୀ ସମୟରେ ବାତ୍ୟା ମୋରା ସୃଷ୍ଟି ହୋଇଥିଲା। ତେଣୁ ୨୦୧୭ରେ ମୌସୁମୀ ଯେମିତି ସମାନ୍ତରଳ ଭାବେ କେଳର ଓ ଉତ୍ତରପୂର୍ବ ରାଜ୍ୟରେ ପ୍ରବେଶ କରିଥିଲା, ୨୦୨୪ରେ ମଧ୍ୟ ସମାନ ଘଟଣା ଘଟିଛି।

Advertisment

ଗୁରୁବାର ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଶପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିଛି। ଏଥିସହ ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ସକ୍ରିୟ ହୋଇଛି। ସେହିପରି ତ୍ରିପୁରା, ମେଘାଳୟ ଓ ଆସାମର ଅଧିକାଂଶ ସ୍ଥାନରେ ମୌସୁମୀ ତା’ର ଉପସ୍ଥିତି ଜାହିର କରିଛି।

ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଓ ଜୁନ ୫ ବେଳକୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ପ୍ରବେଶ କରିଥାଏ। ସେହିପରି ମୌସୁମୀ କେରଳ ପହଞ୍ଚିବାର ୧୦ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥାଏ। ତେଣୁ ଏଥର ରଜ ପୂର୍ବରୁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି।

କୃଷି ପ୍ରଧାନ ରାଷ୍ଟ୍ର ଭାରତ ପାଇଁ ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ। କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। ଏଥର ମୌସୁମୀ ଯୋଗୁ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

Monsoon Monsoon Forecast Monsoon Update News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe