Advertisment

ଆଠ ଦିନ ବିଳମ୍ବରେ ଫେରୁଛି ମୌସୁମୀ

ଆରମ୍ଭ ହୋଇସାରିଛି ମୌସୁମୀ ଫେରିବା ପ୍ରକ୍ରିୟା, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଫେରିବାକୁ ସଜବାଜ ହେଉଛି ମୌସୁମୀ। ଆଉ କିଛି ଦିନ ପରେ ଚଳିତ ବର୍ଷ ମୌସୁମୀବାୟୁ ଫେରିଯିବ। ଆଗକୁ ଆସୁଛି ପାର୍ବଣ ଋତୁ। ଆଉ ପାଗ ନିର୍ମଳ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆଉ କିଛିଦନ ପରେ ମୌସୁମୀ ଫେରିବାକୁ ସଜବାଜ ହେଉଛି। କିନ୍ତୁ ଚଳିତ ବର୍ଷ ମୌସୁମୀ ବିଳମ୍ବର ଫେରୁଛି। ସେପ୍ଟେମ୍ବର ୧୭ରେ ମୌସୁମୀ ଫେରିିବାର ଥିଲା। କିନ୍ତୁ ଏଥର ଆଠ ଦିନ ବିଳମ୍ବ ଘଟିଲାଣି। ଆଜି ଦକ୍ଷିଣପଶ୍ଚିମ ମୌସୁମୀବାୟୁ ରାଜସ୍ଥାନର ଦକ୍ଷିଣ ପଶ୍ଚିମର କିଛି ଅଞ୍ଚଳରୁ ଫେରିଯାଇଥିବା ପାଣିପାଗ ବିଭାଗ କହିଛି। ମୌସୁମୀ ଲଗାତାର ୧୩ ବର୍ଷ ଧରି ବିଳମ୍ବରେ ଫେରୁଛି।

ବିଳମ୍ବରେ ମୌସୁମୀ ଫେରିବାର ଅର୍ଥ, ବର୍ଷା ଋତୁ ଅଧିକ ସମୟ ରହିଛି। ଏପରି ହେଲେ ରବି ଫସଲ ଉପରେ ନିର୍ଭର କରୁଥିବା ଅଞ୍ଚଳ ଅଧିକ ପ୍ରଭାବିତ ହେବେ। ଏହା ଦ୍ୱାରା ଦେଶର ଉତ୍ତର-ପଶ୍ଚିମ ରାଜ୍ୟରେ ହେଉଥିବା ରବି ଫସଲ ପ୍ରଭାବିତ ହୋଇପାରେ। ସାଧାରଣତଃ, ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ ସୁଦ୍ଧା କେରଳ ଛୁଇଁ ଜୁଲାଇ ୮ ସୁଦ୍ଧା ସମଗ୍ର ଦେଶରେ ପହଞ୍ଚେ। ଏହାପରେ କୃଷି ପ୍ରଧାନ ଦେଶ ଭାରତରେ ଆରମ୍ଭ ହୁଏ ଚାଷ କାର୍ଯ୍ୟ।

Advertisment
Monsoon Meteorological Department India Monsoon Weather News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe