Advertisment

ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ, ଘନୀଭୂତ ହେଉଛି ଲଘୁଚାପ

ଓଡ଼ିଶାକୁ ମୌସୁମୀ ମେ’ ମାସରେ ପ୍ରବେଶ କରିବା ଗୋଟିଏ ବିରଳ ଘଟଣା। ଏହାପୂର୍ବରୁ ୧୯୯୯ ମସିହା ମେ’ ୨୮ ଓ ୨୦୦୯ ମସିହା ମେ’ ୨୫ରେ ମୌସୁମୀ ଓଡ଼ିଶାକୁ ଛୁଇଁଥିଲା।

Monsoon

Monsoon

Advertisment

ଧାର୍ଯ୍ୟ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ମୌସୁମୀ ଓଡ଼ିଶାକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ମେ’ ୨୪ ତାରିଖରେ କେରଳ ଛୁଇଁଥିବା ମୌସୁମୀ ବେଶ ସକ୍ରିୟ ଭାବେ ଆଗକୁ ବଢ଼ି ଚାଲିଛି। କେରଳରେ ମୌସୁମୀ ଶୀଘ୍ର ପ୍ରବେଶ କରିଥିବାରୁ ଏବେ ଦେଶର ବିଭିନ୍ନ ପ୍ରାନ୍ତକୁ ମଧ୍ୟ ଏହା ଧାର୍ଯ୍ୟ ସମୟପୂର୍ବରୁ ସ୍ପର୍ଶ କରିବାରେ ଲାଗିଛି।

Advertisment

ଏହିକ୍ରମରେ ଆଜି ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। ଆଜି ମୌସୁମୀ ଦକ୍ଷିଣ ଓଡ଼ିଶାକୁ ଛୁଇଁ ଥିବା ବେଳେ ଆଗାମୀ ୨ରୁ ୩ ଦିନରେ ପୂରା ଓଡ଼ିଶାରେ ଏହା ସକ୍ରିୟ ହେବ। ଏଥିପାଇଁ ପାଗ ସଂପୂର୍ଣ୍ଣ ଭାବେ ଅନୁକୂଳ ରହିଛି। ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବାରୁ ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସାଧାଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ଓଡ଼ିଶାରେ ପ୍ରବେଶ କରିଥାଏ। ଏବର୍ଷ କିନ୍ତୁ ମୌସୁମୀ ଆଗୁଆ ଅଗ୍ରସର ହେବା ସହ ମେ’ ମାସରେ ଓଡ଼ିଶାକୁ ଛୁଇଁଛି। ଆଇଏମଡି ପୂର୍ବରୁ କହି ସାରିଛି ଯେ ଜୁନ ମାସରେ ରାଜ୍ୟରେ ୧୦୬ ପ୍ରତିଶତ ଅର୍ଥାତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ।

Advertisment

ଆଇଏମଡି କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ଓଡ଼ିଶାର ମାଲକାନାଗିରି ଓ କୋରାପୁଟକୁ ସଂପୂର୍ଣ୍ଣ ଭାବେ ପ୍ରବେଶ କରି ସାରିଛି। ଏହାବାଦ ନବରଙ୍ଗପୁର, କଳାହାଣ୍ତି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ମଧ୍ୟ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ନିଜର ଏକ୍ସ ପୋଷ୍ଟ ଜରିଆରେ ଓଡ଼ିଶାକୁ ମୌସୁମୀ ଆସି ସାରିଥିବା ଖବରକୁ ନିଶ୍ଚିତ କରିଛନ୍ତି। 

ଓଡ଼ିଶାକୁ ମୌସୁମୀ ମେ’ ମାସରେ ପ୍ରବେଶ କରିବା ଗୋଟିଏ ବିରଳ ଘଟଣା। ଏହାପୂର୍ବରୁ ୧୯୯୯ ମସିହା ମେ’ ୨୮ ଓ ୨୦୦୯ ମସିହା ମେ’ ୨୫ରେ ମୌସୁମୀ ଓଡ଼ିଶାକୁ ଛୁଇଁଥିଲା। ଦୀର୍ଘ ୧୬ ବର୍ଷ ପରେ ମୌସୁମୀ ପୁଣି ଓଡ଼ିଶାକୁ ମେ’ ମାସରେ ପ୍ରବେଶ କରିଛି। 

ଗୋଟିଏ ପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଲଘୁଚାପ ବଳ ଗୋଟାଉ ଥିବା ବେଳେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିବାରୁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଲଘୁଚାପ ସମ୍ପର୍କରେ ‌ଆଇଏମଡି କହିଛି ଯେ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଆଜି ଭୋରରୁ ଏହା ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇଛି।

ଏହା ଧୀରେଧୀରେ ଉତ୍ତର ଦିଗରେ ଗତି କରିବ ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ଆକଳନ କରିଛି।

Odisha Monsoon IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe