Advertisment

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା, ସବୁ ଆଡ଼େ ଖାଲି ପାଣି ଆଉ ପାଣି

ସାଧାରଣ ଜନଜବୀନ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ଟ୍ରାଫିକ ସମସ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

Rain

Rain

Advertisment

ବର୍ଷାରେ ଉବୁଡୁବୁ ଦେଶର ଆର୍ଥିକ ରାଜଧାନୀ ବର୍ଷା। ପ୍ରବଳ ବର୍ଷାରେ ବେହାଲ ହୋଇଛି ମୁମ୍ବାଇ। ୨୫ ବର୍ଷ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ୨ ସପ୍ତାହ ଆଗରୁ ମୁମ୍ବାଇକୁ ଛୁଇଁବାରୁ ପ୍ରବଳ ବର୍ଷା ଲାଗି ରହିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ମେଟ୍ରୋ ଓ ମଲରେ ବର୍ଷା ପାଣି ଲୋକଙ୍କୁ ନାକେଦମ କରିଛି। ସ୍ଥିତି ଏପରି ହୋଇଛି ଯେ ମେ’ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା ୧୦୭ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି।

Advertisment

ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଛି। ସହରରେ କୃତ୍ରିମ ବନ୍ୟା ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି କରିଛି। ସାଧାରଣ ଜନଜବୀନ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ଟ୍ରାଫିକ ସମସ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ରେଳ ଧାରଣାରେ ବର୍ଷା ପାଣି ଜମି ରହିଥିବାରୁ ଲୋକ ଟ୍ରେନକୁ ବାତିଲ କରାଯାଇଛି। ମେଟ୍ରୋ ସେବାରେ କଟକଣା ଲାଗି ଥିବା ବେଳେ ୱିର୍ଲି ସ୍ଥିତ ମେଟ୍ରୋକୁ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। 

ଭାରତୀୟ ପାଣିପାଗ ବିଭାଗର କହିବା କଥା ଯେ ମୌସୁମୀ ମୁମ୍ବାଇକୁ ସାଧାଣତ ଜୁନ ୧୧ରେ ସ୍ପର୍ଶ କରିଥାଏ। ହେଲେ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୌସୁମୀ ସ୍ୱାଭାବିକ ସମୟ ଠାରୁ ୧୬ ଦିନ ଆଗରୁ ମୁମ୍ବାଇକୁ ପ୍ରବେଶ କରି ଯାଇଛି।

Advertisment

ପ୍ରବଳ ବର୍ଷା ଲାଗି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି। ଶନିବାର ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁ ଥିଲା। ଏହାପରେ ଏହା ବେଶ ଦ୍ରୁତଗତିରେ ସକ୍ରିୟ ହେବାରେ ଲାଗିଛି। ଏଥିପାଇଁ ପାଗ ମଧ୍ୟ ସଂପୂର୍ଣ୍ଣ ଅନୁକୂଳ ରହିଛି।

ମୁମ୍ବାଇରେ ବର୍ଷା ଲାଗି ରହିଥବାରୁ କେବଳ ଟ୍ରାଫିକ କିମ୍ବା ରେଳ ଯାତ୍ରା ପ୍ରଭାବିତ ହୋଇନାହିଁ, ବରଂ ୨୫୦ଟି ବିମାନ ମଧ୍ୟ ପ୍ରଭାବିତ ହୋଇଛି। ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି।

ସହର ଉପକଣ୍ଠରେ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବିଶେଷ କରି କୁର୍ଲା, ସିଓନ, ଦାଦର ଓ ପାର୍ଲେ ଭଳି ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ପ୍ରାୟ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହରୀ ଭାଙ୍ଗୁଛି। ଯାତାୟାତରେ ଘୋର ସମସ୍ୟା ଦେଖାଯାଇଛି।

Mumbai IMD Mumbai Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe