Winter Morning
ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ହେଉଛି। ତେବେ ଗତକାଲି ରାତିରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ହେବାର ନାହିଁ।
ଗତକାଲି ରାତିରେ ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍ସିୟସ ରହିଥିଲା ଓ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। ସେହିପରି ଫୁଲବାଣୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୭, ସେମିଳିଗୁଡ଼ାରେ ୮, ଦାରିଙ୍ଗବାଡ଼ିରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୮.୯, ଅନୁଗୋଳରେ ୯, ନବରଙ୍ଗପୁରରେ ୯ ଓ ଭବାନୀପାଟଣାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।
କଟକ ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରାରେ ଗତକାଲି ବୃଦ୍ଧି ଘଟିଛି। ବେଶ୍ କିଛି ଦିନ ଟ୍ୱିନ୍ ସିଟ୍ର ତାପମାତ୍ରା ୧୪ ଡିଗ୍ରୀ ତଳକୁ ରହିଥିଲା। ଏମିତିକି ୧୨ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଥିଲା। ତେବେ ଗତକାଲି ରାତିରେ ଏଥିରେ ବୃଦ୍ଧି ଘଟିଛି। କଟକରେ ଗତକାଲି ସର୍ବନିମ୍ନ ରାତ୍ରି ତାପମାତ୍ରା ୧୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୪.୮ ଡିଗ୍ରୀ ରହିଥିଲା।
ଗତକାଲି ରାତିରେ ଝାରସୁଗୁଡ଼ାରେ ତାପମାତ୍ରା ୧୧.୬ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ସମ୍ବଲପୁରରେ ୧୩.୩, ଦେବଗଡ଼ରେ ୧୧.୨, ରାଉରକେଲାରେ ୧୦.୯,ବାରିପଦାରେ ବ୪.୪, ବାଲେଶ୍ୱରରେ ୧୫.୬, ଭଦ୍ରକରେ ୧୫, ଢେଙ୍କାନାଳରେ ୧୩, ସୋନପୁରରେ ୧୦.୫, ବଲାଙ୍ଗିରରେ ୧୦.୧, ଟିଟିଲାଗଡ଼ରେ ୧୩.୨, ନୟାଗଡ଼ରେ ୧୪, ଖୋର୍ଦ୍ଧାରେ ୧୪.୫,ରାୟଗଡ଼ାରେ ୧୫, ମାଲକାନଗିରିରେ ୧୪, ଗୋପାଳପୁରରେ ୧.୧, ଛତ୍ରପୁରରେ ୧୪ ଓ ପାରଳାଖେମୁଣ୍ଡିରେ ୧୪.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703314486.jpg)