Advertisment

ମୌସୁମୀ ଦୁର୍ବଳ; ୩ ଦିନ ବର୍ଷା ନାହିଁ

ସେପ୍ଟେମ୍ୱର ୧ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗର ପରିବର୍ତ୍ତନ ହେବ। କିଛି ଜିଲ୍ଲାରେ ଭଲ ବର୍ଷାର ଆଶା ଥିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

undefined

Weather

Advertisment

ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଥିବାରୁ ଆଗାମୀ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ୩୧ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ହୋଇପାରେ। ସେହିପରି ସେପ୍ଟେମ୍ୱର ୧ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗର ପରିବର୍ତ୍ତନ ହେବ। କିଛି ଜିଲ୍ଲାରେ ଭଲ ବର୍ଷାର ଆଶା ଥିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଦୁର୍ବଳ ମୌସୁମୀ ଯୋଗୁ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ କେତେକ ସ୍ଥାନରେ ଅଳ୍ପ ବର୍ଷାହୋଇଛି। ତେବେ ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିରେ ହୋଇଛି। ସେଠାରେ ୨୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ୧୮. ୬ ମିଲିମିଟର, ଲମତାପୁଟରେ ୧୮.୪ ମିଲିମିଟର, ମାଲକାନଗିରି ଜିଲ୍ଲା ମାଥିଲିରେ ୧୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

ପାଣିପାଗ ବିଭାଗର କହିବା ଅନୁସାରେ ଜୁନ୍‌ ୧ ତାରିଖରୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୮୮୪.୨ ମିଲିମିଟର ବର୍ଷା ହେବା କଥା। ମାତ୍ର ବର୍ଷା ହୋଇଛି ୭୮୨.୦ ମିଲିମିଟର। ୧୮ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲା ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

Heat Wave Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe