ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ହେଲେ ୨୦, ୨୧ ଓ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ଅର୍ଥାତ ଦୁର୍ଗା ପୂଜାରେ ଯେଉଁ ବର୍ଷା ହେବ ବୋଲି କୁହା ଯାଉଥିଲା, ସେଥିରେ ବ୍ରେକ୍ ଲାଗିଛି।
ସେପଟେ ପଶ୍ଚିମା ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଓ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରାଠାରେ ସର୍ବାଧିକ ୧୨.୨ ମିମି ଓ ଟାଙ୍ଗରପଲ୍ଲୀଠାରେ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି।
ଆଗାମୀ ଦୁଇ ଦିନ ପଶ୍ଚିମା -ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୨୦, ୨୧ ଏବଂ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା
— Meteorological Centre, Bhubaneswar (@mcbbsr) October 18, 2023
ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ୧୦ ଦିନ ବିଳମ୍ବରେ ଅର୍ଥାତ ଜୁନ ୨୨ ତାରିଖରେ ମୌସୁମୀ ରାଜ୍ୟରେ ଅଗ୍ରସର ହୋଇଥିଲା ବେଳେ ଅକ୍ଟୋବର ୧୩ ତାରିଖରେ ପ୍ରତ୍ୟାବର୍ତ୍ତନ କରିଛି। ଜୁନ ୨୨ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।