Advertisment

୨୦, ୨୧ ଓ ୨୨ରେ ରାଜ୍ୟରେ ପାଗ ଶୁଖିଲା ରହିବ!

ପଶ୍ଚିମା ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଓ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରାଠାରେ ସର୍ବାଧିକ ୧୨.୨ ମିମି ଓ ଟାଙ୍ଗରପଲ୍ଲୀଠାରେ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

No Rain

No Rain

Advertisment

ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ହେଲେ ୨୦, ୨୧ ଓ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ଅର୍ଥାତ ଦୁର୍ଗା ପୂଜାରେ ଯେଉଁ ବର୍ଷା ହେବ ବୋଲି କୁହା ଯାଉଥିଲା, ସେଥିରେ ବ୍ରେକ୍‌ ଲାଗିଛି।

Advertisment

ସେପଟେ ପଶ୍ଚିମା ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଓ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରାଠାରେ ସର୍ବାଧିକ ୧୨.୨ ମିମି ଓ ଟାଙ୍ଗରପଲ୍ଲୀଠାରେ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

Advertisment

ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ୧୦ ଦିନ ବିଳମ୍ବରେ ଅର୍ଥାତ ଜୁନ ୨୨ ତାରିଖରେ ମୌସୁମୀ ରାଜ୍ୟରେ ଅଗ୍ରସର ହୋଇଥିଲା ବେଳେ ଅକ୍ଟୋବର ୧୩ ତାରିଖରେ ପ୍ରତ୍ୟାବର୍ତ୍ତନ କରିଛି। ଜୁନ ୨୨ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ କରାଯାଇଛି।

Heavy Rain Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe