Advertisment

କଳବଲ କରୁଛି ତାତି, ୪୩ ଡିଗ୍ରୀ ଉପରେ ୧୨ ସହରର ତାପମାତ୍ରା

ଆଜି ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଅନୁଗୋଳ। ଏଠାରେ ପାରଦ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି।

author-image
Hemant Lenka
Heat wave

Heat wave

ଅସହ୍ୟ ତାତିରୁ ମିଳୁନି ନିସ୍ତାର। ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ। ଏହିକ୍ରମରେ ଆଜି ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ବା ତା’ ଠାରୁ ଉପରେ ରେକର୍ଡ କରାଯାଇଛି। ସେହିପରି ୨୭ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଅନୁଗୋଳ। ଏଠାରେ ପାରଦ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ବୌଦ୍ଧରେ ଆଜି ତାପମାତ୍ରା ୪୪.୧ ଡିଗ୍ରୀ, ବାରିପଦାରେ ୪୪, ନୟାଗଡ଼ ଓ କଟକରେ ୪୩.୭, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଏବଂ ମାଲକାନଗିରିରେ ୪୩.୫, ବଲାଙ୍ଗିରରେ ୪୩.୩, ରାଜଧାନୀ ଭୁବନେଶ୍ୱରରେ ୪୩.୨, ଭବାନୀପାଟଣାରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି।

ଆସନ୍ତାକାଲିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟୱେଭ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏପ୍ରିଲ ୧୭ ତାରିଖରେ ପ୍ରଥମ ଥର ପାଇଁ ଚଳିତ ସିଜିନରେ ଟୁଇନସିଟିର ପାରଦ ୪୧ ଟପିଥିଲା। ସେଦିନ ଭୁବନେଶ୍ୱରର ପାରଦ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକ ପାରଦ ୪୧.୫ ଡିଗ୍ରୀ ରହିଥିଲା। ଏପ୍ରିଲ୍ ୧୮ରେ ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଟପିଥିଲା। ଭୁବନେଶ୍ୱରରେ ପାରଦ ୪୩.୬ ଡିଗ୍ରୀ ଛୁଇଁଥିଲା।

ଏଥିସହ ରାଜଧାନୀ ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। କଟକରେ ସେଦିନ ତାପମାତ୍ରା ୪୧. ୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ପର୍ଯ୍ୟାୟକ୍ରମେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଥିଲା ଯେ ଏପ୍ରିଲ ୨୭ରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗି ଚଳିତ ସିଜିନରେ ପ୍ରଥମଥର ପାଇଁ ୪୪.୬ ଡିଗ୍ରୀ ପହଞ୍ଚିଥିଲା।

Odisha Heat Wave Heat Wave In Odisha Weather Report