Advertisment

‘ବୈତରଣୀ ବ୍ୟତୀତ ଆଉ କେଉଁଠି ବନ୍ୟା ସ୍ଥିତି ନାହିଁ’

ବୈତରଣୀ ଓ ବଂଶଧାରା ବିପଦ ସଙ୍କେତ ଟପି ସାରିଥିବା ବେଳେ ମହାନଦୀ ବି ଫୁଲିବାକୁ ଲାଗିଛି।

Byte

Byte

Advertisment

ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ହେତୁ ବିଭିନ୍ନ ନଦୀ ଫୁଲିବାକୁ ଲାଗିଛି। ବୈତରଣୀ ଓ ବଂଶଧାରା ବିପଦ ସଙ୍କେତ ଟପି ସାରିଥିବା ବେଳେ ମହାନଦୀ ବି ଫୁଲିବାକୁ ଲାଗିଛି। ସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଥିବା ବେଳେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧିକାରୀଙ୍କୁ ପଠା ଯାଇଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ।

Advertisment

ଏନେଇ ସେ କହିଛନ୍ତି, ‘ଖଇରମାଳରେ ୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ। କିଛି ନଦୀରେ ଜଳସ୍ତର ବଢ଼ୁଛି, ବୈତରଣୀ ବ୍ୟତୀତ ଅନ୍ୟ କେଉଁଠି ବନ୍ୟା ସ୍ଥିତି ନାହିଁ। ପରିସ୍ଥିତି ନେଇ ଆଲର୍ଟ ଅଛୁ ।  ସ୍ଥିତିର ମୁକାବିଲା ନିମନ୍ତେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି।’

ଏଥିସହ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବୈତରଣୀ ଆନନ୍ଦପୁର ବିପଦ ସଙ୍କେତ ଟପି ସାରିଛି। ଆନନ୍ଦପୁର ରାଜଘାଟ ଠାରେ ବିପଦ ସଂକେତ ୩୮.୩୬ ଥିବା ବେଳେ ଦିନ ୧୧ଟା ସୁଦ୍ଧା ୩୯.୦୨ ମିଟର ଜଳପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଭଦ୍ରକ ଜିଲ୍ଲା ଆଖୁଆପଦାରେ ବନ୍ୟା ଜଳ ବିପଦ ସଙ୍କେତ ଟପିବ । ତେଣୁ ସେଠାକୁ ବରିଷ୍ଠ ଅଧିକାରୀଙ୍କ ଟିମ୍‌ ପଠାଯାଇଛି। ଉପର ମୁଣ୍ଡରେ ବର୍ଶା ଜାରି ରହିଥିବାରୁ ଆଗକୁ ବୈତରଣୀ ନଦୀରେ ବନ୍ୟା ଜଳ ବଢିବାର ଆଶଙ୍କା ରହିଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବା ର ଆଶଙ୍କା ଦେଖାଦେଇଛି।

Advertisment

ଏହାବାଦ ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡ ରେ ଲଗାଣ ବର୍ଷା ଜାରି ରହିଛି। ତେଣୁ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି। ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି , ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାଵେରଜ ଠାରେ ୧୭ଟି ଗେଟ୍ ଖୋଲି ‌ପ୍ରଥମ ବନ୍ୟାଜଳ ଛାଡ଼ିଚି। ବର୍ତ୍ତମାନ ବ୍ୟାରେଜ ଦେଇ ୪୨,୯୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି।

Heavy Flood Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe