ଚାଷ ଜମିରେ କଳା ଛନଛନ ହୋଇ ମାଡିଛି ପୋଟଳ ଗଛ। ଫଳ ଆରମ୍ଭ ହୋଇଥିଲା। ହେଲେ ସକାଳୁ ଉଠି ଦେଖିଲା ବେଳକୁ ବିଲରେ ଆଣ୍ଠୁଏ ପାଣି। ଦେଖୁ ଦେଖୁ ଅଣ୍ଟାଏ ହୋଇଗଲା। ଶେଷକୁ ଆଉ କିଛି ଥଳକୂଳ ନପାଇ ଯାହା କିଛି ରହିଛି ତାକୁ ତୋଳି ନେଉଛି ଚାଷୀ।