Advertisment

ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା ତାତି

ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨.୬ ଡିଗ୍ରୀ ଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଅତିକ୍ରମ କରିଛି।

Heat Wave

Heat Wave

Advertisment

ସପ୍ତାହେ ହେଲାଣି ରାଜ୍ୟରେ ପ୍ରବଳ ଖରା ହେଉଛି। ତାପମାତ୍ରା ୪୫ ଡିଗ୍ରୀ ଟପି ଗଲାଣି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳି ନାହିଁ। ଆଜି ସକାଳୁ ଖରାର ପ୍ରକୋପ ଅନୁଭୂତ ହେଉଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ସାରିଲାଣି। ଗତକାଲି ଏହି ଦୁଇ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୪୩.୨ ଓ ୪୩.୫ ଡିଗ୍ରୀ ରହିଥିଲା। ଆଜି ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଓ କେନ୍ଦୁଝରରେ ୪୨ ଡିଗ୍ରୀ ରହିବ ବୋଲି ଗତକାଲି ଆକଳନ କରିଥିଲା ପାଣିପାଗ ବିଭାଗ।

Advertisment

ଅନ୍ୟପକ୍ଷରେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦.୭ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୪୦.୧, ରାଉରକେଲାରେ ୩୯.୬, ଚାନ୍ଦବାଲିରେ ୩୯.୨, ସମ୍ବଲପୁରରେ ୩୮.୨, ହୀରାକୁଦରେ ୩୭.୮, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଓ ଗୋପାଳପୁରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦାର ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ୩୫.୪, ଭଦ୍ରକରେ ୩୫, ଯାଜପୁରରେ ୩୪.୮, ଭବାନୀପାଟଣାରେ ୩୪.୪, ଝାରସୁଗୁଡ଼ାରେ ୩୪.୪, କେନ୍ଦୁଝରରେ ୩୪, କଟକରେ ୩୪, ରାଉରକେଲାରେ ୩୩.୮, ଫୁଲବାଣୀରେ ୩୩.୬, ନୟାଗଡ଼ରେ ୩୩, ଟିଟିଲାଗଡ଼ରେ ୩୩ ଓ ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ସେଲ୍‌ସିୟସ ରହିଥିଲା।

Advertisment

ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ଆଜି ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ।

ଅନ୍ୟପକ୍ଷରେ ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରା ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବିଜୁଳି ମାରିବା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Heat Wave Heat Wave In Odisha Weather Report Weather Update Weather News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe