Advertisment

ମୁଣ୍ଡଫଟା ଖରା, ତାପମାତ୍ରା ୫୨ ଡିଗ୍ରୀ ଡେଇଁଲା

ସ୍ଥିତି ଏପରି ହୋଇଛି ଯେ ପାରଦ ସିଧା ୫୨ ଡିଗ୍ରୀ ଅତିକ୍ରମ କରିଛି।

Heat Wave

Heat Wave

Advertisment

ଭାରତ ସମେତ ଏସିଆ ମହାଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆକାଶରୁ ବର୍ଷା ହେଉଛି ନିଆଁ। ଟାଣ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ପାରଦ ସିଧା ୫୨ ଡିଗ୍ରୀ ଅତିକ୍ରମ କରିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ପାରଦ ୫୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ଗ୍ରୀଷ୍ମରେ ଏହା ସର୍ବାଧିକ।

Advertisment

ମିଳିଥିବା ସୂଚନା ଅନୁସାରେ, ସିନ୍ଧରେ ଥିବା ମୋହେନଜୋଦାରୋରେ ଗତ ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଏଠାରେ ପାରଦ ୫୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ କେବେ ହେଲେ ଏପରି ତାପମାତ୍ରା ରେକର୍ଡ କରାଯାଇ ନଥିଲା। ତେବେ ପୂର୍ବବର୍ଷ ଏଠାରେ ପାରଦ ସର୍ବାଧିକ ୫୩.୫ ଡିଗ୍ରୀ ରେକର୍ଡ ହୋଇଥିଲା।

୨୦୧୭ରେ ପାକିସ୍ତାନର ତାପମାତ୍ରା ୫୪ ଡିଗ୍ରୀ ଛୁଇଁଥିଲା। ବେଲୁଚିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ଥିବା ତୁରବତ ସହରରେ ୨୦୧୭ରେ ପାରଦ ୫୪ ଡିଗ୍ରୀ ଛୁଇଁଥିଲା। ଏଥର ମହେନଜୋଦାର ଠାରେ ପାରଦ ୫୨ ଡିଗ୍ରୀ ଅତିକ୍ରମ କରିଛି। 

Advertisment

ମହେନଜୋଦାରୋ ଏମିତି ଏକ ସହର ଯେଉଁଠାରେ ପ୍ରବଳ ଗରମ ସବୁ ବର୍ଷ ଅନୁଭୂତ ହୁଏ। ଏଠାରେ ଶୀତର ମାତ୍ରା କମ। ବର୍ଷା ମଧ୍ୟ ଏଠାରେ ଠିକ ଭାବେ ହୁଏ ନାହିଁ। ତଥାପି ଏଠାରେ ଥିବା ବେକରୀ, ଚା’ ଦୋକାନ, ପଳ ଓ ପନିପରିବା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କ ଭିଡ଼ ହ୍ରାସ ପାଇଛି।

ଅନ୍ୟପକ୍ଷରେ ଭାରତରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ୨୭ ତାରିଖରେ ରାଜସ୍ଥାନର ଫାଲୋଡି ଠାରେ ପାରଦ ୪୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ସ୍ୱାଭାବିକ ଠାରୁ ୬.୩ ଡିଗ୍ରୀ ଅଧିକ। 

ସେହିପରି ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୪୮.୮ ଡିଗ୍ରୀ, ମଧ୍ୟପ୍ରଦେଶର ନିୱାରିରେ ୪୮.୭ ଓ ପଞ୍ଜାବର ଭଠିଣ୍ଡାରେ ତାପମାତ୍ରା ୪୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। 

Pakistan Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe