Advertisment

ମାଘ ନା ବୈଶାଖ! ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ

ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Heat Weave

Heat Weave

ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ପାଗର ମିଜାଜ ପୂରା ଅଲଗା ଥିଲା। ଖରା ଯେମିତି ହେଉଥିଲା, ଲାଗୁଥିଲା ଏହା ମାଘ ମାସ ନୁହେଁ, ବୈଶାଖ ଆରମ୍ଭ ହୋଇଗଲାଣି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। 

Advertisment

ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୪.୪ ଓ କଟକରେ ୩୩ ଡିଗ୍ରୀ ରହିଥିଲା।

ଚାନ୍ଦବାଲିରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୩୩, ଅନୁଗୋଳରେ ୩୩.୭, ବଲାଙ୍ଗିରରେ ୩୩.୮, ସୋନପୁରରେ ୩୩.୫, ଭଦ୍ରକରେ ୩୩.୧ ଓ ଢେଙ୍କାନାଳରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। 

Advertisment

ସେହିପରି ବାଲେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୨.୩ ରହିଥିବା ବେଳେ ବାରିପଦାରେ ୩୧, ସମ୍ବଲପୁରରେ ୩୨.୧, ହୀରାକୁଦରେ ୩୨.୪, ତାଳଚେରରେ ୩୨.୮, ଫୁଲବାଣୀରେ ୩୨.୪, ବୌଦ୍ଧରେ ୩୨, ରାୟଗଡ଼ାରେ ୩୨.୮, ନୂଆପଡ଼ାରେ ୩୨ ଓ ନବରଙ୍ଗପୁରରେ ୩୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ସେହିପରି ଆଗାମୀ ୩ ଦିନ ଯାଏ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ପରବର୍ତ୍ତୀ ୨ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି। 

Heat Wave Weather Report Weather Condiction Weather Update Weather News