Advertisment

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author-image
Manoranjan Sial
undefined

Heat Wave

ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ, ନୟାଗଡ଼ରେ ୪୨.୨ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ବଲାଙ୍ଗିରରେ ୪୧.୮ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, ମାଲକାନଗିରିରେ ୪୧.୫ ଡିଗ୍ରୀ, ବାରିପଦାରେ ୪୧.୨ ଡିଗ୍ରୀ, ନୂଆପଡ଼ାରେ ୪୧.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୭ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ,ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ବାଲେଶ୍ୱରରେ ୪୦.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ, ତାଳଚେରରେ ୪୦ ଡିଗ୍ରୀ, ସୋନପୁରରେ ୪୦ ଡିଗ୍ରୀ, ଯାଜପୁରରେ ୪୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଫୁଲବାଣୀରେ ୩୯.୯ ଡିଗ୍ରୀ, ଜଗତସିଂହପୁରରେ ୩୯.୮ ଡିଗ୍ରୀ,ରାୟଗଡ଼ାରେ ୩୯.୬ ଡିଗ୍ରୀ, ନବରଙ୍ଗପୁରରେ ୩୯.୫ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ସମ୍ୱଲପୁରରେ ୩୯ ଡିଗ୍ରୀ, ଛତ୍ରପୁରରେ ୩୯ ଡିଗ୍ରୀ, ଭଦ୍ରକରେ ୩୯ ଡିଗ୍ରୀ, ପାରାଦୀପରେ ୩୮.୮ ଡିଗ୍ରୀ, ହୀରାକୁଦରେ ୩୮.୬ ଡିଗ୍ରୀ, ଢେଙ୍କାନାଳରେ ୩୮.୬ ଡିଗ୍ରୀ, କଟକରେ ୩୮.୨ ଡିଗ୍ରୀ, ରାଉରକେଲାରେ ୩୮.୧ ଡିଗ୍ରୀ, କେନ୍ଦୁଝରରେ ୩୭.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୩୭ ଡିଗ୍ରୀ, ଦେବଗଡ଼ରେ ୩୭ ଡିଗ୍ରୀ, ଗୋପାଳପୁରରେ ୩୬.୫ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ ଓ କୋରାପୁଟର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report