Advertisment

ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର

ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author-image
Manoranjan Sial
Heat Wave

Heat Wave

ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ତଳମୁହାଁ ରହିଛି। କେବଳ ଗୋଟିଏ ସହର ତାପମାତ୍ରା ୩୫ ଡ଼ିଗ୍ରୀ ଅତିକ୍ରମ କରିଛି। ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୦.୭ ଡିଗ୍ରୀ, ଚାନ୍ଦବାଲିରେ ୨୯.୯ ଡିଗ୍ରୀ, କଟକରେ ୩୨.୦ ଡିଗ୍ରୀ, ପାରାଦୀପ ୩୧.୦ ଡିଗ୍ରୀ, ଗୋପାଳପୁରରେ ୩୧.୬ ଡିଗ୍ରୀ, ପୁରୀରେ ୩୦.୮ ଡିଗ୍ରୀ, ଅନୁଗୋଳରେ ୩୪.୧ ଡିଗ୍ରୀ, ବାରିପଦାରେ ୩୦.୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୩.୪ ଡିଗ୍ରୀ, କେନ୍ଦୁଝରରେ ୨୯.୦ ଡିଗ୍ରୀ, ସମ୍ୱଲପୁରରେ ୩୨.୬ ଡିଗ୍ରୀ, ସୁନ୍ଦାରଗଡ଼ରେ ୩୨.୬ ଡିଗ୍ରୀ, ହୀରାକୁଦରେ ୩୨.୫ ଡିଗ୍ରୀ, ତାଳଚେରରେ ୩୩.୨ ଡିଗ୍ରୀ, ଭବାନୀପାଟଣାରେ ୩୪.୦ ଡିଗ୍ରୀ, ବଲାଙ୍ଗିରରେ ୩୩.୨ ଡିଗ୍ରୀ, କୋରାପୁଟରେ ୩୨୩.୭ ଡିଗ୍ରୀ, ଫୁଲବାଣୀରେ ୩୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୩୪.୫ ଡିଗ୍ରୀ, ମାଲକାନଗିରିରେ ୩୪.୦ ଡିଗ୍ରୀ, ସୋନପୁରରେ ୩୨.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୨୯.୫ ଡିଗ୍ରୀ, ନୟାଗଡ଼ରେ ୩୩.୨ ଡିଗ୍ରୀ, ଛତ୍ରପୁରରେ ୩୨.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ, ରାୟଗଡ଼ାରେ ୩୪.୪ ଡିଗ୍ରୀ, ଭଦ୍ରକରେ ୩୦.୫ ଡିଗ୍ରୀ, ଯାଜପୁରରେ ୩୦.୨ ଡିଗ୍ରୀ, ଢେଙ୍କାନାଳରେ ୩୨.୦ ଡିଗ୍ରୀ,ନୂଆପଡ଼ାରେ ୩୪.୦ ଡିଗ୍ରୀ, ନବରଙ୍ଗପୁରରେ ୩୧.୫ ଡିଗ୍ରୀ, ଖୋର୍ଦ୍ଧାରେ ୩୨.୫ ଡିଗ୍ରୀ,ଜଗତସିଂହପୁରରେ ୩୧.୮ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୩୧.୦ ଡିଗ୍ରୀ ରେକର୍ଡ କରାଯାଇଛି।

Bhubaneswar Bhubaneswar News Weather Report Gajapati District