Advertisment

୩୮ ଡ଼ିଗ୍ରୀ ଛୁଇଁଲା ପାରଦ, ପାରଳାଖେମୁଣ୍ଡି ଉତ୍ତପ୍ତ ସହର

ରାଜ୍ୟର ୧୧ଟି ସହର ତାପମାତ୍ରା ୩୬ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author-image
Manoranjan Sial
Heat Wave

Heat Wave

ପୁଣି ୩୮ ଡ଼ିଗ୍ରୀ ଛୁଇଁଲା ପାରଦ। ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହାଛଡ଼ା ରାଜ୍ୟର ୧୧ଟି ସହର ତାପମାତ୍ରା ୩୬ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୧.୬ ଡିଗ୍ରୀ, ଚାନ୍ଦବାଲିରେ ୩୨.୭ ଡିଗ୍ରୀ, କଟକରେ ୩୪.୮ ଡିଗ୍ରୀ, ପାରାଦୀପରେ ୩୨.୨ ଡିଗ୍ରୀ, ଭୁବନେଶ୍ୱରରେ ୩୪.୭ ଡିଗ୍ରୀ, ଗୋପାଳପୁରରେ ୩୧.୪ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ, ଅନୁଗୋଳରେ ୩୫.୭ ଡିଗ୍ରୀ, ବାରିପଦାରେ ୩୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮ ଡିଗ୍ରୀ, କେନ୍ଦୁଝରରେ ୩୪.୦ ଡିଗ୍ରୀ, ସମ୍ୱଲପୁରରେ ୩୫.୭ ଡିଗ୍ରୀ, ସୁନ୍ଦରଗଡ଼ାର ତାପମାତ୍ରା ୩୫.୦ ଡିଗ୍ରୀ ରେକର୍ଡ଼ କରାଯାଇଛି।

ସେହିପରି ହୀରାକୁଦରେ ୩୪.୮ ଡିଗ୍ରୀ, ତାଳଚେରରେ ୩୬.୦ ଡିଗ୍ରୀ, ଭବନୀପାଟଣାରେ ୩୬.୨ ଡିଗ୍ରୀ, ବଲାଙ୍ଗିରରେ ୩୬.୯ ଡିଗ୍ରୀ, କୋରାପୁଟରେ ୩୩.୨ ଡିଗ୍ରୀ, ଫୁଲବାଣୀରେ ୩୪.୮ ଡିଗ୍ରୀ, ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ, ମାଲକାନଗିରିରେ ୩୬.୭ ଡିଗ୍ରୀ, ସୋନପୁରରେ ୩୬.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୧.୫ ଡିଗ୍ରୀ, ନୟାଗଡ଼ରେ ୩୬.୦ ଡିଗ୍ରୀ, ବୌଦ୍ଧରେ ୩୬.୦ ଡିଗ୍ରୀ, ଛତ୍ରପୁରରେ ୩୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୦ ଡିଗ୍ରୀ, ରାୟଗଡ଼ାରେ ୩୬.୨ ଡିଗ୍ରୀ, ଭଦ୍ରକରେ ୩୨.୨ ଡିଗ୍ରୀ, ଯାଜପୁରରେ ୩୨.୦ ଡିଗ୍ରୀ, ଢେଙ୍କାନାଳରେ ୩୫.୫ ଡିଗ୍ରୀ, ବରଗଡ଼ରେ ୩୪.୦ ଡିଗ୍ରୀ, ନୂଆପଡ଼ାରେ ୩୪.୦ ଡିଗ୍ରୀ, ନବରଙ୍ଗପୁରରେ ୩୫.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୧.୫ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୩.୬ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ଼ କରାଯାଛି।

Advertisment
Heat Wave Heat Wave In Odisha