Advertisment

ସାଢ଼େ ୧୧ରେ ୪୦ ଛୁଇଁଲା; ଆହୁରି ବଢ଼ିବ ପାରଦ

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି।

author-image
Tapaswini Nayak
Temperature

Temperature

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି।

Advertisment

ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହ ପାଲଟିଛି। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୯.୯ ଡିଗ୍ରୀ, ଚାନ୍ଦବାଲି ୩୯.୪ ଡିଗ୍ରୀ, ଝାରସୁଗୁଡ଼ା ୩୮. ୮ ଡିଗ୍ରୀ, ସମ୍ବଲପୁର ୩୮.୩ ଡିଗ୍ରୀ, ହୀରାକୁଦ ୩୮.୨ ଡିଗ୍ରୀ, କେନ୍ଦୁଝର ୩୭.୪ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ପାରାଦୀପ ୩୪.୭ ଡିଗ୍ରୀ, ଗୋପାଳପୁର ୩୩. ୮ ଡିଗ୍ରୀ ଓ ପୁରୀରେ ୩୪ .୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Advertisment

୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Weather Report Weather