Advertisment

ଦିନ ସାରା ସିଝିବା ପରେ ଅପରାହ୍ନରେ ଭିଜିଲା କଟକ ଓ ଭୁବନେଶ୍ୱର!

ଆଜି ପାଇଁ କଟକକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଥିଲା। ଯେଉଁଥିପାଇଁ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଗୁଳୁଗୁଳି ହୋଇଥିଲା।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ଆଜି ଦିନ ତମାମ ଭୀଷଣ ତାତିରେ ସିଝିଲା ରୁପାର ସହର କଟକ ଓ ମନ୍ଦିର ମାଳିନୀ ରାଜଧାନୀ ଭୁବନେଶ୍ୱର। ଅସମ୍ଭାଳ ତାତିରେ କଲବଲ ହୋଇଥିଲେ ଏହି ମହାନଗରବାସୀ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ। ଦୁଇ ସହରବାସୀ ତ୍ରାହୀ ତ୍ରାହୀ ଡାକୁଥିବା ବେଳେ ଅପରାହ୍ନରେ ଡାକ ଶୁଣିଥିଲେ ଇନ୍ଦ୍ର! ହୋଇଥିଲା ବର୍ଷା ସାଙ୍ଗକୁ କୁଆପଥର ମାଡ଼। ଯେଉଁଥିପାଇଁ ଅହସ୍ୟ ତାତି ଓ ଗୁଳୁଗୁଳିରୁ ମିଳିଥିଲା ସାମୟିକ ଆଶ୍ୱସ୍ତି।

Advertisment

ଆଜି ପାଇଁ କଟକକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଥିଲା। ଯେଉଁଥିପାଇଁ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଗୁଳୁଗୁଳି ହୋଇଥିଲା। ଏହି ତାତିରୁ ବର୍ତ୍ତି ପାରିନଥିଲା ରାଜଧାନୀ ଭୁବନେଶ୍ୱର। ଆଜି ସକାଳ ସାଢ଼େ ୮ଟା ବେଳେ ଭୁବନେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ ଥିବା ବେଳେ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ଥିଲା। ଦୁଇ ସହରବାସୀ ଅସହ୍ୟ ତାତିରେ ଘାଣ୍ଟି ହେଉଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହୋଇଥିଲା। ମଝିରେ ମଝିରେ ବଜ୍ରପାତ ହୋଇଥିଲା।

କଟକ ପରି ଭୁବନେଶ୍ୱର ମଧ୍ୟ କାଳବୈଶାଖୀ ବର୍ଷାରେ ଭିଜିଥିଲା। କୁଆପଥର ମାଡ଼ ଯୋଗୁ ମଝି ରାଜଧାନୀ ଆକାଶରେ ଫସି ଯାଇଥିଲା ଭିସ୍ତାରା ବିମାନ। କୁଆପଥର ମାଡ଼ରେ ବିମାନର ୱିଣ୍ଡସିଲ୍‌ ଭାଙ୍ଗି ଯାଇଥିଲା। ଯେଉଁଥିପାଇଁ ବିମାନ ନୂଆଦିଲ୍ଲୀ ଅଭିମୁଖେ ଯିବା ପରିବର୍ତ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ଜୁରିରୀ ଅବତରଣ କରିଥିଲା।

Advertisment

କାଳବୈଶାଖୀର କୋପ ଆଠଗଡ ଓ ବାଙ୍କୀରେ ଦେଖିବାକୁ ମିଳିଛି। ଆଠଗଡ଼ ଟାଟା ଷ୍ଟିଲ ସମ୍ମୁଖ ଖେଳ ପଡିଆରେ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ସଭାର ଟେଣ୍ଟ ଭାଙ୍ଗି ଯାଇଥିଲା। ସେହିପରି ବାଙ୍କି ଅଞ୍ଚଳରେ ଅନେକ ଘର ଭାଙ୍ଗିଛି। ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଅଧ ଘଣ୍ଟାଏ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ଝଡ଼ ବର୍ଷା ଲୋକଙ୍କୁ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି।

Cuttack Bhubaneswar Rain Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe