Advertisment

ଦୁଇ ଦିନର ତାତି ପରେ ଅପରାହ୍ଣରେ ଭିଜିଲା ରାଜଧାନୀ

ଆଜି ସକାଳେ ପ୍ରବଳ ଖରା ହୋଇଥିଲା। ଧୀରେ ଧୀରେ ଖରା ପ‍ଢ଼ିଥିଲା। ମଧ୍ୟାହ୍ନରେ ଅସମ୍ଭାଳ ଖରା ହୋଇଥିଲା। ଯେଉଁଥିପାଇଁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ହେଲେ ମଧ୍ୟାହ୍ନ ପରେ ପାଗ ବଦଳିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Rain

ଲଗାତାର ଦୁଇ ଦିନ ଧରି କଲବଲ କରିଥିଲା ତାତି। ହେଲେ ଆଜି ଅପରାହ୍ଣରେ ବର୍ଷାରେ ଭିଜିଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀର ଅନେକ ସ୍ଥାନରେ ବର୍ଷା ହୋଇଛି। ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି। ତାତି ପରେ ବର୍ଷା ରାଜଧାନୀବାସୀଙ୍କୁ ଦେଇଛି ସାମାନ୍ୟ ଆଶ୍ୱସ୍ତି।

Advertisment

ଆଜି ସକାଳେ ପ୍ରବଳ ଖରା ହୋଇଥିଲା। ଧୀରେ ଧୀରେ ଖରା ପ‍ଢ଼ିଥିଲା। ମଧ୍ୟାହ୍ନରେ ଅସମ୍ଭାଳ ଖରା ହୋଇଥିଲା। ଯେଉଁଥିପାଇଁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ହେଲେ ମଧ୍ୟାହ୍ନ ପରେ ପାଗ ବଦଳିଥିଲା। କାଉଁଳିଆ ପାଗ ହୋଇଥିଲା। ଆଉ ସୁଲ୍‌ସୁଲିଆ ପବନ ବୋହିଥିଲା। ଅପରାହ୍ଣରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଚାହୁଁଚାହୁଁ ବର୍ଷି ଯାଇଥିଲା। ଆଉ ମଝିରେ ମଝିରେ ବଜ୍ରପାତ ଓ ଘଡ଼ଘଡ଼ି ମଧ୍ୟ ହୋଇଥିଲା।

ସେପଟେ ଆଜି ସକାଳେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଛି। ଯାହାଫଳରେ ତାତିରୁ ମିଳିଛି ଆଶ୍ୱସ୍ତି। ହେଲେ ଗୁଳୁଗୁଳିରୁ ମିଳିନି ତ୍ରାହି। 

Advertisment

ସେପଟେ ବର୍ଷା ନେଇ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି। ଘଡ଼ଘଡ଼ି ସହ ବର୍ଷା ଓ ଦଲକା ପବନ ବହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। 

ସୂଚନାରୁ ପ୍ରକାଶ, ଗତ ତିନି ଦିନରେ ରାଜ୍ୟରେ ଅସମ୍ଭାଳ ଗରମ ଅନୁଭୂତ ହୋଇଥିଲା। ଯେଉଁଥିପାଇଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ରେକର୍ଡ କରିଥିଲା ତାତି। ଭୁବନେଶ୍ୱରରେ ୪୩.୫ ଡିଗ୍ରୀ ଛୁଇଁଥିଲା। ଦିନ ଅପେକ୍ଷା ରାତିର ଯନ୍ତ୍ରଣା ବଢ଼ିଯାଇଥିଲା। ଗୁଳିଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇଥିଲା ଜୀବନ ଯାତ୍ରା। 

Bhubaneswar Bhubaneswar News Weather Report Rain