Rain
ଅବିଶ୍ରାନ୍ତ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହ ପଡ଼ୋଶୀ ପୁଣେର ସ୍ଥିତି ବେହାଲ କରିଛି। ପୁଣେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ମୁମ୍ବାଇ ସ୍ଥିତି ମଧ୍ୟ ଠିକ ନାହିଁ।
ଦିନ ତମାମ ଲଗାଣ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏସବୁ ଭିତରେ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏଠାରେ ଭୀଷଣ ବର୍ଷାର ଆଶଙ୍କା ଆସନ୍ତାକାଲି ସକାଳ ୮.୩୦ ଯାଏ ରହିଛି। ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିବା ପରେ ମୁମ୍ବାଇ ପୁଲିସ୍ ସହରବାସୀଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।
ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ସକାଳ ୮.୩୦ ଯାଏ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି। ତେଣୁ ମୁମ୍ବାଇବାସୀଙ୍କୁ ଅନୁରୋଧ ଅତି ଜରୁରୀ ନଥିଲେ, ସେମାନେ ଘରୁ ବାହାରନ୍ତୁ ନାହିଁ। ଜରୁରୀ ପରିସ୍ଥିତିରେ ମୁମ୍ବାଇବାସୀ ୧୦୦ ଓ ୧୧୨କୁ ଡାଏଲ କରି ସୂଚନା ଦେଇପାରିବେ।
ଆଜି ଦିନ ତମାମ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିପାଇଁ ମୁମ୍ବାଇ ଏୟାରପୋର୍ଟର ସେବା ବ୍ୟାହତ ହୋଇଛି। ୮ଟି ବିମାନକୁ ବାତିଲ କରାଯାଇଥିବା ବେଳେ ୧୦ଟିର ଗତିପଥ ପରିବର୍ତ୍ତନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ଥିତିର ସମୀକ୍ଷା କରିବା ସହ ରାଇଗଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ କହିଛନ୍ତି। ରାଇଗଡ଼ –ପୁଣେ ରାସ୍ତାରେ ଭୂସ୍ଖଳନ ହେବାରୁ ତାମହିନି ଘାଟାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପୁଣରେ ଲୋକଙ୍କ ଘରେ ଓ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଖଡକୱସଲା ଡ୍ୟାମ ଓ ଅବବାହିକାରେ ପ୍ରବଳ ବର୍ଷା ହୋଇଛି। ସ୍ଥିତିର ମୁକାବିଲା ପାଇଁ ସେନା ସହ ଏନଡିଆରଏଫ ଟିମକୁ ପୁଣେ ପଠାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rain_1721925840.jpg)