Advertisment

ତାତିରୁ ମିଳିବ ଆଶ୍ୱସ୍ତି: ୨୨ରୁ ୨୬ ବର୍ଷା!

ହିଟୱେଭ୍‌ ନେଇ ଆଗୁଆ ସତର୍କ କରାଇଲେ SRC। ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିଟ୍‌ ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

undefined

Rain

Advertisment

ମାଘରେ ବାଘ ପରି ଖରା। ତାତିଗଲାଣି ଭୂଇଁ। ଅସ୍ତବ୍ୟସ୍ତ ହେଲାଣି ଜୀବନ ଯାତ୍ରା। ଏପରି ସ୍ଥିତିରେ ପାଣିପାଗକୁ ନେଇ ଆସିଛି ଭଲ ଖବର। ଆଗାମୀ ୨୨ରୁ ୨୬ ତାରିଖ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ପରି ଆସନ୍ତାକାଲି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ। ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟ ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ସ୍ୱଭାବିକଠାରୁ ଅଧିକ ରହିବ। କାରଣ ୨୨ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବ। ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ୨୫ ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ରାଜଧାନୀ ଭୁବନେଶ୍ୱର। ଏଠାରେ ୩୬.୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଠିକ୍‌ ସେହିପରି ଟିଟିଲାଗଡ଼ରେ ୩୬ ଡିଗ୍ରୀ, ଭବାନୀପାଟଣାରେ ୩ ଡିଗ୍ରୀ, ଚାନ୍ଦବାଲିରେ ୩୫.୮ ଡିଗ୍ରୀ, ଭଦ୍ରକରେ ୩୫.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସୋନପୁରରେ ୩୫.୫ ଡିଗ୍ରୀ, ବୌଦ୍ଧରେ ୩୫.୫ ଡିଗ୍ରୀ, ନୟାଗଡ଼ରେ ୩୫.୪ ଡିଗ୍ରୀ, ବଲାଙ୍ଗିରରେ ୩୫.୪ ଡିଗ୍ରୀ, ଢ଼େଙ୍କାନାଳରେ ୩୫.୨ ଡିଗ୍ରୀ, କଟକରେ ୩୫ ଡିଗ୍ରୀ, ଅନୁଗୋଳରେ ୩୫ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ ଓ ତାଳଚେରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ହିଟୱେଭ୍‌ ନେଇ ଆଗୁଆ ସତର୍କ କରାଇଲେ SRC। ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିଟ୍‌ ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ହିଟ୍‌ୱେଭ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ ବୁଝାଇବାକୁ କହିଛନ୍ତି। ପାଣି ସମସ୍ୟା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

Rain Alert Heat Wave Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe