Advertisment

ମାଡ଼ି ଆସୁଛି ବାତ୍ୟା ‘ଦାନା’; ଏହି ସବୁ ଅଞ୍ଚଳରେ ବର୍ଷା ଆରମ୍ଭ

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇପାରେ।

author-image
Tapaswini Nayak
Rain

Rain

ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’। ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।  ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ ବର୍ଷା ସହ ପବନ ହେଉଛି।

Advertisment

 ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ବାହ୍ୟ ବଳୟ ସ୍ଥଳ ଭାଗ ଛୁଇଁଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି।  ଏହା ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ବାତ୍ୟା ଆସନ୍ତାକାଲି ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ ବେଳେ ପବନ ବେଗ ୧୦୦ରୁ୧୨୦ କିମି ରହିବାର ସମ୍ଭାବନା ରହିଛି। ଭିତରକନିକା ଧାମରା ମଧ୍ୟରେ ଏହା  ସ୍ଥଳଭାଗ ଅତିକ୍ରମ କରିବ। ତା’ପୂର୍ବରୁ ଓଡ଼ିଶା ଉପକୂଳ ନିକଟରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଜି ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଆସନ୍ତକାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ଆଇଏମଡି ଡିଜି, ଆସନ୍ତାକାଲି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସହ ପବନ ହୋଇପାରେ। କେତେକ ସ୍ଥାନରେ ପବନରେ ଗଛ ଉପୁଡିପାରେ ଓ  ଗଛ ଡାଳ ଭାଙ୍ଗିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୧ରୁ୨ ମିଟର ଉଚ୍ଚରେ ଜୁଆର ଆସିପାରେ।

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇପାରେ। ସେହିପରି ପଶ୍ଚିମ ମେଦିନିପୁର ଜିଲ୍ଲା ବି ବାତ୍ୟାରେ ଅଧିକ ପ୍ରଭାବିତ ହେବ ବୋଲି ଆଇଏମଡି ଡିଜି କହିଛନ୍ତି। 

Weather Report Cyclone Update Weather Condiction Cyclone Dana