/odisha-reporter/media/post_attachments/uploadimage/library/16_9/16_9_0/Rain__1721318633.jpg)
Rain
ଗୋଟିଏ ନଯାଉଣୁ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି ବଙ୍ଗୋପସାଗରରେ। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଛି। ଯାହା ଆସନ୍ତା ୨ ଦିନ ଭିତରେ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା।
Advertisment
ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ପୁରୀ ଓ ନୟାଗଡ଼ ଜିଲ୍ଲା ପାଇଁ ଜାରି କରାଯାଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ସ୍ଥାନରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିପାରେ। ସେହିପରି ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
