Advertisment

ସରସ୍ୱତୀ ପୂଜାକୁ ଭିଜାଇବ ଅଦିନିଆ ବର୍ଷା, କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଘନ କୁହୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ଆକଳନ କରିଛି।

author-image
Hemant Lenka
Rain

Rain

ଆସନ୍ତାକାଲି ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା। ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲା ଅଦିନିଆ ବର୍ଷାରେ ଭିଜି ପାରେ। କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ସେହିପରି ଘନ କୁହୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ଆକଳନ କରିଛି।

ଭାରତୀୟ ପାଣିପାଗ କହିଛି ଯେ ବର୍ଷା ଓ କୁହୁଡ଼ିର ସମ୍ଭାବନା ଥିଲେ ମଧ୍ୟ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ରାତ୍ରୀ ତାପମାତ୍ରାରେ ହ୍ରାସ ପାଇବ ନାହିଁ କି ବଢ଼ିବ ନାହିଁ।

Advertisment

ଆସନ୍ତାକାଲି ସକାଳ ୮.୩୦ ଯାଏ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

୧୪ ତାରିଖ ସକାଳ ୮.୩୦ରୁ ୧୫ ତାରିଖ ସକାଳ ୮.୩୦ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ମାରିପାରେ।

କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କଟକ ଓ ଜଗତିସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ।

୧୫ ତାରିଖ ସକାଳ ୮.୩୦ରୁ ୧୬ ତାରିଖ ସକାଳ ୮.୩୦ ମଧୟରେ ଉତ୍ତର ଓଡ଼ିଶା, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମର ଧରଣର ବର୍ଷା ହୋଇପାରେ।

୧୬ ତାରିଖ ସକାଳ ୮.୩୦ରୁ ୧୭ ତାରିଖ ୮.୩୦ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ସୋନପୁର, ରାୟଗଡ଼ା, ନବରଙ୍ଗପୁରରେ ମଧ୍ୟମଧରଣର ବର୍ଷା ସହ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

Odisha Weather Report Weather