Advertisment

ଶୁକ୍ରବାର ସକାଳ ଯାଏଁ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହନ୍ତୁ ଓ ମୁକାବିଲା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

undefined

Rain

Advertisment

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେଉଛି। ଶୁକ୍ରବାର ସକାଳ ସାଢ଼େ ୮ଟା ଯାଏଁ ୬ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଓ ସମ୍ବଲପୁର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୧୬ ତାରିଖରେ ବର୍ଷା କମିବ। କିନ୍ତୁ ୧୯ ତାରିଖରୁ ପୁଣି ବର୍ଷା ହେବ। ସେପଟେ ବଲାଙ୍ଗିରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Advertisment

ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହନ୍ତୁ ଓ ମୁକାବିଲା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏବେ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ସିଷ୍ଟମ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପ୍ରବଳ ବର୍ଷା ଯୋଗୁ ପଶ୍ଚିମରେ ଫ୍ଲାସ ଫ୍ଲଡ୍ ସ୍ଥିତି ଉପୁଜି ପାରେ। ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ୧୦୭ ମିଲିମିଟର; ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୧୫୮.୦ ମିଲିମିଟର; କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାରରେ ୧୦୫.୦ ମିଲିମିଟର; ଜଗତସିଂହପୁର ଜିଲ୍ଲା ଜଗତସିଂହପୁରରେ ୧୮୪.୦ ମିଲିମିଟର, ଏରସମାରେ ୧୬୫.୦ ମିଲିମିଟର, ତିର୍ତ୍ତୋଲରେ ୧୫୦.୦ ମିଲିମିଟର, ରଘୁନାଥପୁରରେ ୧୨୯.୦ ମିଲିମିଟର, ବାଲିକୁଦାରେ ୧୧୭.୪ ମିଲିମିଟର; ଯାଜପୁର ଜିଲ୍ଲା ଦାନଗଦିରେ ୧୨୩.୦ ମିଲିମିଟର, କୋରେଇରେ ୧୦୬.୦ ମିଲିମିଟର; କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁରରେ ୧୯୩.୦ ମିଲିମିଟର, ଥୂଆମୁଳ-ରାମପୁରରେ ୧୫୮.୦ ମିଲିମିଟର, ଲାଞ୍ଜିଗଡ଼ରେ ୧୨୧.୪ ମିଲିମିଟର, ନର୍ଲାରେ ୧୧୭.୦ ମିଲିମିଟର, ଜୟପାଟଣାରେ ୧୧୪.୦ ମିଲିମିଟର; କନ୍ଧମାଳ ଜିଲ୍ଲା କୋଟଗଡ଼ରେ ୧୭୬.୦ ମିଲିମିଟର ଓ ଫିରିଙ୍ଗିଆରେ ୧୧୬.୪ ମିଲିମିଟର; କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ାରେ ୧୪୫.୦ ମିଲିମିଟର, ପଟ୍ଟାମୁଣ୍ଡାଇରେ ୧୧୦.୦ ମିଲିମିଟର; ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ୧୪୦ ମିଲିମିଟର ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ୧୧୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Advertisment

ସେପଟେ ଗତ ୩ ଦିନ ଧରି ହୋଇଥିବା ବର୍ଷା ଯୋଗୁ ୫% ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ସ୍ୱାଭାବିକ ବର୍ଷା ୧୦୪୪.୯ ମିମି ତୁଳନାରେ ୯୭୫.୨ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Heavy Rain Rain Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe