Advertisment

‘ ଲୋକଙ୍କ ସୁରକ୍ଷା ଆମ ଦାୟିତ୍ୱ, ଆଜି ଦିନ ୧୧ଟା ସୁଦ୍ଧା ସରିବ ସ୍ଥାନାନ୍ତର କାମ ’

ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଆଜି ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତର କାମ ସରିବ।

Mohan Majhi

Mohan Majhi

Advertisment

ସମୁଦ୍ର ମଝିରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଆଜି ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତର କାମ ସରିବ।ଗତକାଲି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ବାତ୍ୟା ପରିଚାଳନାକୁ ଅତ୍ୟନ୍ତ ଗୁରତର ସହ ନେଇଛନ୍ତି ସରକାର। SRCଙ୍କ କାର୍ଯ୍ୟାଳୟରେ ଦିନ ରାତି ମନିଟରିଂ ଚାଲିଛି, ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି। ଜିରୋ କାଜୁଆଲିଟି ଆମ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ SRC କାର୍ଯ୍ୟାଳୟରେ ଥିବା ଏମର୍ଜେନ୍ସି କଣ୍ଟ୍ରୋଲ ରୁମକୁ ଯାଇ ସାଟେଲାଇଟ୍ ଚିତ୍ରରୁ ବାତ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହ ସାଟେଲାଇଟ ଫୋନର କାର୍ଯ୍ୟକାରିତା ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ସ୍ଥିତି ପରଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟ ସ୍ଥଳୀରେ ପହଞ୍ଚା ସରିଛି। ଏହି ପ୍ରକ୍ରିୟାରେ ସମୁଦାୟ ୩ ଲକ୍ଷରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଜିରୋ କାଜିଆଲିଟି ଆମ ଲକ୍ଷ୍ୟ। ଲୋକମାନେ ଯେପରି ସର୍ବନିମ୍ନ ସୁବିଧା ରନ୍ଧାଖାଦ୍ୟ, ମେଡିସିନ ଆଦି କିପରି ପାଇପାରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି ହୋଇ ସାରିଛି।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ପୁଲିସ ଡିଜି ପ୍ରମୁଖ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି   ।

ବାତ୍ୟା ଦାନା ଏବେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ପାରାଦୀପଠାରୁ ୪୬୦ କିଲୋମିଟର ଦକ୍ଷିଣପୂର୍ବକୁ ରହିଛି । ଧାମରାଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଛି । ସାଗର ଦ୍ୱୀପଠାରୁ ୫୪୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ଦିଗରେ ରହିଛି ।

ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆହୁରି ଘନୀଭତ ହୋଇ କାଲି ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଆଜି ଓ ୨୫ ତାରିଖ ସକାଳେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ଭିତରକନିକା-ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

ବାତ୍ୟାର ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ତଥା ଝଟକା ପବନ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିପାରେ । ସମ୍ଭାବ୍ୟ ବାତ୍ୟାକୁ ଦେଖି ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର ବନ୍ଦରକୁ ୮ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Odisha Cyclone Update Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe