ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ବଜୟା ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି। ତା’ପରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଆକଳନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତରପଶ୍ଚିମ ଭାରତରେ ଆସନ୍ତା ଦୁଇ ଦିନ ଧରି ଘନରୁ ଅତି ଘନ କୁହୁଡ଼ି ଦେଖିବାକୁ ମିଳିବ। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଦୁଇ ଦିନ ଧରି ରାତିରେ ଓ ସକାଳେ କିଛି ସମୟ ପାଇଁ ଘନ କୁହୁଡ଼ି ହୋଇପାରେ।
Also Read
ସେହିପରି ଆସନ୍ତାକାଲିଠାରୁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜସ୍ଥାନ ଓ ପଶ୍ଚିମ ମଧ୍ୟ ପ୍ରଦେଶର କିଛି ସ୍ଥାନରେ ଆସନ୍ତାକାଲିଠାରୁ ବର୍ଷା ହୋଇପାରେ। ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Weather
ଆଜି ବି ଥରାଇବ ଶୀତ, କାଲି ବଢ଼ିବ କୁହୁଡ଼ି
ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଂଜରେ କୁହୁଡ଼ି ସମ୍ଭାବନା ରହିଛି।
Weather
ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!
ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।