Advertisment

ବାଦଲ ଫଟା ବର୍ଷା ଯୋଗୁ ସିକିମରେ ପ୍ରବଳ ବନ୍ୟା; ଭାସିଗଲେ ୨୩ ଯବାନ

ତୀସ୍ତା ନଦୀରେ ଗତକାଲି ରାତିରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ପ୍ରାୟ ୨୩ ଯବାନ ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Flash Flood Situation

Flash Flood Situation

ବାଦଲ ଫଟା ବର୍ଷା ଯୋଗୁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ତୀସ୍ତା ନଦୀରେ ଗତକାଲି ରାତିରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ପ୍ରାୟ ୨୩ ଯବାନ ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ସାମିଲ ହେବାରୁ ଆଖପାଖ ରାଜ୍ୟରୁ ସେନା ଯବାନ ସିକିମରେ ପହଞ୍ଚୁଥିବା ଜଣାଯାଇଛି। 

Advertisment

ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍‌ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି।

ବାଦଲ ଫଟା ବର୍ଷା ହେତୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଚୁଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯିବାରୁ ତଳି ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସିଙ୍ଗତମ ନିକଟରେ ଛିଡ଼ା ହୋଇଥିବା ଯାନବାହନ ଭାସିଯାଇଛି।

Advertisment

ଏହି ଫ୍ଲାସ୍‌ ଫ୍ଲଡ ଯୋଗୁ ୨୩ ଯବାନଙ୍କ ସମେତ ଆହୁରି ବହୁ ସାଧାରଣ ଲୋକ ବି ଭାସି ଯାଇଥିବା ଜଣାଯାଇଛି। ଅପରପକ୍ଷେ, ନଦୀର ସ୍ରୋତ ପ୍ରଖର ଥିବାରୁ ଏପରି ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସେନା ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଛିଡ଼ା କରିଛି। 

ତୀସ୍ତା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Flash Flood Sikkim